ବାର୍ଷିକ ‘ବିଜୟ ଦିବସ’କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌

ବ୍ରାଜିଲିଆ: ଆସନ୍ତା ବର୍ଷ ମେ ମାସରେ ହେବାକୁ ଥିବା ‘ବିଜୟ ଦିବସ’ ପାଳନ ଅବସରରେ ରୁଷୀୟ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୁଧବାର ଦିନ ନିମନ୍ତ୍ରଣ କରିଛନ୍ତି। ସମ୍ପ୍ରତି ଉଭୟ ନେତା ୧୧ତମ ବ୍ରିକ୍ସ ଶିଖର ବୈଠକରେ ଅଛନ୍ତି। ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସେମାନେ ସମୀକ୍ଷା କରିଛନ୍ତି।

ଟୁଇଟ୍‌ କରି ମୋଦୀ କହିଛନ୍ତି: ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ବଢ଼ିଆ ସାକ୍ଷାତ୍‌ ହେଲା। ଆଲୋଚନା ସମୟରେ ଆମେ ଭାରତ-ରୁଷ୍‌ ସମ୍ପର୍କର ପୂର୍ଣ୍ଣ ସମୀକ୍ଷା କଲୁ। ବାଣିଜ୍ୟ, ନିରାପତ୍ତା ଏବଂ ସଂସ୍କୃତି କ୍ଷେତ୍ରରେ ଭାରତ ଓ ରୁଷ୍‌ ବ୍ୟାପକ ଭାବେ ସହଯୋଗ କରୁଛନ୍ତି। ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କ ଯୋଗୁଁ ଆମ ଦେଶର ଲୋକେ ଉପକୃତ ହେବେ।

Image Source: PM’s Tweet

ଏ ବର୍ଷ ଉଭୟ ନେତା ଚତୁର୍ଥ ଥର ଲାଗି ଭେଟାଭେଟି ହୋଇଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଥରକୁ ଥର ସାକ୍ଷାତ୍‌ ଆମ ସମ୍ପର୍କକୁ ଟାଣୁଆ କରିଛି। ଆମ ଦ୍ୱିପାକ୍ଷିକ ସମ୍ପର୍କ ବଢୁଛି। ମେ ମାସରେ ବିଜୟ ଦିବସ ପାଳନ ନିମନ୍ତେ ଆପଣ ମୋତେ ନିମନ୍ତ୍ରଣ କରିଛନ୍ତି। ପୁଣି ଥରେ ଆପଣଙ୍କୁ ଭେଟିବାର ସୁଯୋଗ ପାଇବି ବୋଲି ମୁଁ ଖୁସିରେ ଚାହିଁ ବସିଛି।

ସମ୍ବନ୍ଧିତ ଖବର