ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମୋଟ ୭୧,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଆଜି ସକାଳୁ ପ୍ରଧାନମନ୍ତ୍ରୀ ମିଜୋରାମରୁ ତାଙ୍କର ଗସ୍ତ ଆରମ୍ଭ କରିଥିଲେ, ଯେଉଁଠାରେ ସେ ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଥିଲେ। ଏବେ ସେ ମଣିପୁରରେ ପହଞ୍ଚିବା ସହ ହିଂସା ପୀଡ଼ିତଙ୍କ ସହ କଥା ହୋଇଥିବା ଜଣାଯାଇଛି।
ହିଂସାର ୨ବର୍ଷ ପରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିଥିବା ବେଳେ ଚୁରାଚାନ୍ଦପୁରରେ ସେ ପୀଡ଼ିତଙ୍କୁ ଭେଟି ତାଙ୍କ ଦୁଃଖ ଶୁଣିଥିଲେ। ଏହା ପୂର୍ବରୁ ସେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ବିକାଶମୂଳକ ପ୍ରକଳ୍ପରେ ମଣିପୁର ସହରାଞ୍ଚଳ ରାସ୍ତା, ଡ୍ରେନେଜ୍ ଏବଂ ସମ୍ପତ୍ତି ପରିଚାଳନା ଉନ୍ନତି ପ୍ରକଳ୍ପ ଯାହାର ମୂଲ୍ୟ ୩,୬୦୦କୋଟି ଟଙ୍କାରୁ ଅଧିକ, ୨୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ, ମଣିପୁର ଇନଫୋଟେକ୍ ଡେଭଲପମେଣ୍ଟ (ମାଇଣ୍ଡ) ପ୍ରକଳ୍ପ ଏବଂ ୯ଟି ସ୍ଥାନରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଛାତ୍ରାବାସ ଅନ୍ତର୍ଭୁକ୍ତ।
#WATCH | Churachandpur, Manipur: Prime Minister Narendra Modi lays the foundation stone of multiple development projects worth over Rs 7,300 crore at Churachandpur. The projects include Manipur Urban Roads, drainage and asset management improvement project worth over Rs 3,600… pic.twitter.com/SqNNAAvr0I
— ANI (@ANI) September 13, 2025
ଶିଳାନ୍ୟାସ ପରେ ସାଧାରଣ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରକୁ "ସାହସ ଏବଂ ଦୃଢ଼ତାର ଭୂମି" ବୋଲି କହିଥିଲେ। ଏହା ସହ ସେ କହିଥିଲେ, "ଉତ୍ତର-ପୂର୍ବ ରାଜ୍ୟର ଜୀବନ୍ତ ସ୍ବଭାବ ଭାରତର ମହାନ ଶକ୍ତିକୁ ପ୍ରତିଫଳିତ କରେ। ୨୦୧୪ ମସିହାରୁ, ମୋ ସରକାର ମଣିପୁରରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ଆମେ ମଣିପୁରରେ ରେଳ, ବିମାନ ଏବଂ ସଡ଼କ ସଂଯୋଗ ପାଇଁ ବଜେଟକୁ ଅନେକ ଥର ବୃଦ୍ଧି କରିଛୁ।"