ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୁର ମହାରାଜା କଲେଜ ଗ୍ରାଉଣ୍ଡରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଭେଟିଥିଲେ।
ମୋଦୀ ଓ ଅରୁଣ ଭେଟାଭେଟି ହେବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ଶିଳ୍ପୀ ଅରୁଣ ମୋଦୀଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳୁଛି। ମୋଦୀ ବି ଅରୁଣଙ୍କୁ ପ୍ରତିପ୍ରଣାମ ଜଣାଇଥିଲେ। ଏଥିସହିତ ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ତିଆରି କରିବାର ପ୍ରତିଭା ପାଇଁ ଅରୁଣଙ୍କୁ ପ୍ରଶଂସା କରିଥିଲେ।
ଚଳିତବର୍ଷ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହୋଇଥିଲା। ରାମମନ୍ଦିରରେ ପ୍ରଭୁ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ହେବାପରେ ଭଗବାନଙ୍କ ଆକର୍ଷଣୀୟ ମୂର୍ତ୍ତିକୁ ଦେଖିବାର ସମସ୍ତେ ସୁଯୋଗ ପାଇଥିଲେ।
ରାମଲଲ୍ଲାଙ୍କ ମୂର୍ତ୍ତିକୁ ସିଧାସଳଖ ହେଉ ଅବା ଫଟୋରେ ଯିଏ ଦେଖୁଥିଲେ ତାଙ୍କ ଆଖି ଲାଖି ଯାଉଥିଲା। ଏହାପରେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିବା ସହିତ ଉପହାର ବି ପ୍ରଦାନ କରାଯାଇଥିଲା।
ତେବେ କିପରି ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କଲ ବୋଲି ଅରୁଣଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ମୁଁ କେବଳ ମୂର୍ତ୍ତି ଗଢ଼ୁଥିଲି। କିନ୍ତୁ କିପରି ଗଢ଼ାଯିବ ତାହା ସେ ରାମଲଲ୍ଲା ହିଁ ଜାଣିଥିଲେ। କାରଣ ଯେତେବେଳେ ପ୍ରଭୁ ରାମଲଲ୍ଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା ହୋଇଗଲା ମୁଁ ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ସିଧାସଳଖ ଚାହିଁ ପାରି ନଥିଲା। ସତେ କି ପ୍ରଭୁ ରାମଲଲ୍ଲା ରକ୍ତ ମାଂସ ହାଡ଼ ଶରୀର ନେଇ ଛିଡ଼ା ହୋଇଥିବା ଭଳି ଲାଗୁଥିଲେ।’
कर्नाटक | प्रधानमंत्री नरेंद्र मोदी ने मैसूर के महाराजा कॉलेज ग्राउंड में भगवान रामलला की प्रतिमा बनाने वाले मूर्तिकार अरुण योगीराज से मुलाकात की।
(सोर्स: अरुण योगीराज) pic.twitter.com/llNYpxmeoV
— ANI_HindiNews (@AHindinews) April 15, 2024