କରୋନା ଟିକାର ପ୍ରଥମ ଡୋଜ ନେ‌ଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’

ନୂଆଦିଲ୍ଲୀ: ଆଜି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ। ଏହି ଖବର ବିଷୟରେ ପ୍ରଧାନମନ୍ତ୍ରୀ ଟୁଇଟ କରି ସୂଚନା ଦେବା ସହ ଲୋକଙ୍କୁ ଟିକା ନେବା ପାଇଁ କହିଛନ୍ତି। ଟୁଇଟରେ, ସେୟାର କରି ଖୁସି ଯେ ମୋ ମା’ ଆଜି କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ତୁମ ଆଖପାଖରେ ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଅଟନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ଟିକା ନେବାକୁ ଉତ୍ସାହିତ କରନ୍ତୁ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହା ପୂର୍ବରୁ ମାର୍ଚ୍ଚ ୧ରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀର ଏମ୍ସରେ ତାଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ନେଇଥିଲେ। ମାର୍ଚ୍ଚ ୧ରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ, ୬୦ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବା ସହିତ ୪୫ବର୍ଷରୁ ଅଧିକ ବୟସ୍କ (ଯେଉଁମାନେ ଅନ୍ୟ ଗୁରୁତର ରୋଗରେ ପୀଡିତ) ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୫ମିଳିୟନରୁ ଅଧିକ ଲୋକ ଟିକା ନେଇସାରିଛନ୍ତି।

ସମ୍ବନ୍ଧିତ ଖବର