ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଭାଇଭାଇ, ସେଥିପାଇଁ ରାଜ୍ୟର ଭାର ନେଇଥିବା ‘ସାନଭାଇ’କୁ ସହଯୋଗ କରିବା ତାଙ୍କର ଦାୟିତ୍ୱ ବୋଲି ଶୁକ୍ରବାର ଦିନ ଶିବସେନା କହିଛି।

Advertisment

କେନ୍ଦ୍ରକୁ ଉଦ୍ଦେଶ୍ୟ କରି ଶିବସେନା କହିଛି ମହାରାଷ୍ଟ୍ରବାସୀ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ସମ୍ମାନ ଦେବା ଓ ରାଜ୍ୟ ସରକାରଙ୍କ ସ୍ଥିରତା ଯେମିତି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଯତ୍ନବାନ ହେବା ଉଚିତ।

ଗୁରୁବାର ସନ୍ଧ୍ୟାରେ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୋଦୀ ଜଣାଇଥିବା ଶୁଭେଚ୍ଛା ପ୍ରସଙ୍ଗରେ ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ସେନା ଏଭଳି ମନ୍ତବ୍ୟ ଦେଇଛି।

publive-image Image Courtesy of The Financial Express

ଅତୀତରେ ସେନାର ଅଧ୍ୟକ୍ଷ ଥିବା ଠାକ୍‌ରେଙ୍କୁ ମୋଦୀ ତାଙ୍କର ସାନଭାଇ ବୋଲି କହିଥିଲେ।

ସେନା ଆହୁରି ମଧ୍ୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦଳର ନୁହନ୍ତି। ମହାରାଷ୍ଟ୍ର ପ୍ରତି ତାଙ୍କର ଦାୟିତ୍ୱ ସେ ଅବଶ୍ୟ ପୂର୍ଣ୍ଣ କରିବେ।
ଏଥିରେ ପୁଣି କୁହାଯାଇଛି, ବିଧାନ ଭବନ ଏବଂ ମନ୍ତ୍ରାଳୟରେ ଗେରୁଆ ପତାକା ଉତ୍ତୋଳିତ ହୋଇଛି। ମହାରାଷ୍ଟ୍ର ନୂତନ ଆରମ୍ଭ ପଥର ଯାତ୍ରୀ।