ଲଦାଖରେ ଚୀନ୍ ସହ ବିବାଦ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଜାଜ୍ ଭଲ ନାହିଁ: ଡୋନାଲ୍‌ଡ୍‌ ଟ୍ରମ୍ପ୍

ୱାସିଂଟନ୍: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦରେ ମଧ୍ୟସ୍ଥତା କରିବା ପ୍ରସ୍ତାବ ପୁଣି ଥରେ ଉତ୍ଥାପନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ କହିଲେ ଯେ ସେ ଏହି ‘ବଡ଼ ବିବାଦ’ ସମ୍ବନ୍ଧରେ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିଛନ୍ତି। କିନ୍ତୁ, ସେ ପୁଣି କହିଲେ କି, ଦୁଇ ଦେଶ ମଧ୍ୟରେ ହଠାତ୍ ଆରମ୍ଭ ହୋଇଥିବା ଉତ୍ତେଜନା କାରଣରୁ ଭାରତୀୟ ପ୍ରଧାନମନ୍ତ୍ରୀ ‘ଭଲ ମିଜାଜ୍‌’ରେ ନାହାନ୍ତି।

ଗୁରୁବାର ଦିନ ହ୍ବାଇଟ୍ ହାଉସ୍‌ର ଓଭାଲ୍‌ ଅଫିସ୍‌ରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଟ୍ରମ୍ପ୍ କହିଲେ ଭାରତ ଓ ଚୀନ୍‌ ମଧ୍ୟରେ ଗୋଟାଏ ବଡ଼ ବିବାଦ ଚାଲିଛି। ମୁଁ ଆପଣମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଭାରି ପସନ୍ଦ କରେ। ସେ ଅତି ଭଦ୍ରଲୋକ।

Image Courtesy of The Hindu

ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁଁ ସେ ଚିନ୍ତିତ କି ବୋଲି ପଚରା ଯିବାରୁ ଟ୍ରମ୍ପ୍‌ କହିଲେ, ଭାରତ ଓ ଚୀନ୍‌ରେ ବଡ଼ ବିବାଦ ଲାଗିଛି। ପ୍ରତ୍ୟେକଙ୍କର ୧. ୪ କୋଟି ଜନତା ଥିବା ଦୁଇଟି ଦେଶ। ଦୁଇ ଦେଶର ଶକ୍ତିଶାଳୀ ସେନାବାହିନୀ ରହିଛି। ବିବାଦରେ ଭାରତ ଖୁସି ନୁହେଁ ଏବଂ ବୋଧହୁଏ ଚୀନ୍ ବି ଖୁସି ନୁହେଁ।

ମୁଁ ଆପଣମାନଙ୍କୁ କହୁଛି; ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛି। ଚୀନ୍ ସହ ଚାଲିଥିବା ଘଟଣା ଯୋଗୁଁ ସେ ଭଲ ମିଜାଜ୍‌ରେ ନାହାନ୍ତି।

 

 

ସମ୍ବନ୍ଧିତ ଖବର