ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବନ୍ଦ ହେବା ପରେ ଟୁଇଟର୍‌ରେ ସବୁଠୁ ଅଧିକ ଅନୁଗାମୀ ଥିବା ସକ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ସବୁଦିନ ପାଇଁ ବନ୍ଦ ହେବା ପରେ ସମ୍ପ୍ରତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର୍‌ରେ ସବୁଠୁ ଅଧିକ ଅନୁଗାମୀ ଥିବା ସକ୍ରିୟ ରାଜନେତା ହୋଇପାରିଛନ୍ତି। ଗତ ଶୁକ୍ରବାର ଦିନ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ‘କ୍ୟାପିଟଲ୍‌ ହିଲ୍‌’ରେ ହିଂସାକାଣ୍ଡ ଘଟାଇବା କାରଣରୁ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌କୁ ଚିରଦିନ ପାଇଁ ବନ୍ଦ କରି ଦିଆଯାଇଛି।

ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ୬୪.୭ କୋଟି ନିୟୁତ ଅନୁଗାମୀ ଥିବା ବେଳେ ଆକାଉଣ୍ଟ୍‌ ବନ୍ଦ ହେବା ପୂର୍ବରୁ ଟ୍ରମ୍ପ୍‌ଙ୍କର ୮୮.୭ ନିୟୁତ ଅନୁଗାମୀ ଥିଲେ। କିନ୍ତୁ, ୧୨୭.୯ ନିୟୁତ ଅନୁଗାମୀ ଥାଇ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଟୁଇଟର୍‌ରେ ସବୁଠୁ ଅଧିକ ଅନୁଗାମୀ ଥିବା ରାଜନେତାର ମାନ୍ୟତା ପାଇଛନ୍ତି। ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ୨୩.୩ ନିୟୁତ ଅନୁଗାମୀ ଅଛନ୍ତି।

Image Courtesy of Zee News

ପ୍ରାପ୍ତ ସୂଚନା ଅନୁସାରେ, ଟୁଇଟର୍‌ ଆକାଉଣ୍ଟ୍‌ ବନ୍ଦ କରାଯିବା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଏବଂ ତାଙ୍କ ସମର୍ଥକମାନେ ନୂତନ ସୋସିଆଲ୍‌ ନେଟ୍‌ଓ୍ଵାର୍କ ଖୋଜୁଛନ୍ତି। ହୁଏ ତ ସେମାନେ ନିଜର ଏକ ଅନ୍‌ଲାଇନ୍‌ ହବ୍‌ ଗଠନ କରିପାରନ୍ତି।

ସମ୍ବନ୍ଧିତ ଖବର