ଆବୁଧାବି ଠାରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଦୁବାଇ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ସଂଯୁକ୍ତ ଆରବ ଏମିରେଟ୍‌ସର ରାଜଧାନୀ ଆବୁଧାବି ଠାରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ୟୁଏଇରେ ତିନି ନିୟୁତ ଭାରତୀୟ ବଂଶୋଦ୍ଭବ ବସବାସ କରୁଛନ୍ତି।

ଦୁବାଇ ଅପେରା ହାଉସ୍‌ ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବବିନିମୟ ବେଳେ ପ୍ରଧାନମନ୍ତ୍ରୀ ସେ ଶିଳାନ୍ୟାସ ଉତ୍ସବର ଲାଇଭ୍‌-ଷ୍ଟ୍ରିମ୍‌ ଦେଖିଥିଲେ।

ଏହି ବିଶାଳ ମନ୍ଦିର ନିର୍ମାଣ ପାଇଁ ସେ ୧୨୫ କୋଟି ହିନ୍ଦୁଙ୍କ ତରଫରୁ ଆବୁଧାବିର ଯୁବରାଜ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୋଦି କହିଲେ: ଏ ମନ୍ଦିର କେବଳ ଭାସ୍କର୍ଯ୍ୟ ଏବଂ ଦ୍ୟୁତିରେ ଅପୂର୍ବ ହେବ ନାହିଁ, ସମଗ୍ର ବିଶ୍ୱବାସୀଙ୍କୁ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ଦେବ ବୋଲି ମୋର ବିଶ୍ୱାସ।

ମନ୍ଦିର କମିଟିର ସଦସ୍ୟମାନେ ଗତ ସନ୍ଧ୍ୟାରେ ମୋଦି ଏବଂ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନଙ୍କୁ ମନ୍ଦିରର ଲିଟେରେଚର୍‌ ପ୍ରଦାନ କରିଥିଲେ।

୨୦୧୫ ପରେ ମୋଦି ଦ୍ୱିତୀୟ ଥର ପାଇଁ ସଂଯୁକ୍ତ ଆରବ ଏମିରେଟ୍‌ ଗସ୍ତ କରିଛନ୍ତି।

୫୫୦୦୦ ବର୍ଗ ମିଟର ଭୂମିରେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ତୋଳା ଯିବ।

ଭାରତୀୟ ମନ୍ଦିର ଶିଳ୍ପୀଙ୍କ ଦ୍ୱାରା ପଥରଗୁଡ଼ିକ ହାତରେ ଖୋଦେଇ କରାଯିବା ପରେ ତହା ସଂଯୁକ୍ତ ଆରବ ଏମିରେଟ୍‌ରେ ଖଞ୍ଜାଯିବ। ମନ୍ଦିର ନିର୍ମାଣ ୨୦୨୦ ସୁଦ୍ଧା ଶେଷ ହୋଇ ସବୁ ଧର୍ମର ବ୍ୟକ୍ତି ବିଶେଷଙ୍କ ପାଇଁ ଉନ୍ମୁକ୍ତ ରହିବ।

ସମ୍ବନ୍ଧିତ ଖବର