ନୂଆଦିଲ୍ଲୀ: ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ୭୫ତମ ଜନ୍ମଦିନରେ ମହିଳାଙ୍କ ପାଇଁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି । ଏଥିସହ ସ୍ବଦେଶୀ ଉପରେ ବେଶି ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତ ମାଧ୍ୟମରେ ବିକଶିତ ଭାରତ ଗଠନକୁ ପ୍ରାଧ୍ଯାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ବଦେଶୀ ଉତ୍ପାଦନ ପାଇଁ ଆହ୍ବାନ ଦେଇ ଦେଶବାସୀଙ୍କୁ ମୋଦୀ କହିଛନ୍ତି-ଆପଣ ଯେତେବେଳେ, ଯେଉଁ ସମୟରେ ଏବଂ ଯେଉଁଠୁ ବି କିଛି କିଣନ୍ତୁ ସେତେବେଳେ ଆପଣ ସ୍ବଦେଶୀ ସାମଗ୍ରୀ ହିଁ କିଣନ୍ତୁ । ଆପଣ ଏମିତି ଜିନିଷ କିଣନ୍ତୁ ଯେଉଁଥିରେ ଭାରତ ମାଟିର ବାସ୍ନା ଥିବ, ଭାରତୀୟଙ୍କ ଶ୍ରମ ଥିବ ଯ ଏହି ସହଯୋଗ ଆପଣ ୨୦୪୭ ଯାଏଁ କରନ୍ତୁ । ଗାନ୍ଧୀ ସ୍ବଦେଶୀକୁ ସ୍ବାଧୀନତାର ମାଧ୍ଯମ କରିଥିଲେ ମାତ୍ର ଆମେ ସ୍ବଦେଶୀକୁ ବିକଶିତ ଭାରତର ମୂଳଦୁଆ କରିବୁ । 

Advertisment

ସେପଟେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେଉଁଠି ବୃକ୍ଷ ରୋପଣ, କେଉଁଠି ରକ୍ତଦାନ ଶିବିର ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ନେଇ ବିଭିନ୍ନ ରାଷ୍ଟ୍ରନେତା ଶୁଭେଚ୍ଛା ଜଣାଇଛନ୍ତି । ସେପଟେ କ୍ରୀଡ଼ାଠୁ ନେଇ କଳାକାରଜଗତର ବ୍ୟକ୍ତିବିଶେଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ । ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜିଠୁ ଦଳ ପାଳିବ ୧୫ଦିନିଆ ସେବା ପକ୍ଷ ଅଭିଯାନ । ଯେଉଁଥିରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ କରାଯିବ । ରକ୍ତଦାନ ଶିବିର ଓ ମୋଦୀଙ୍କ ଜୀବନଯାତ୍ରା ନାଁରେ କାର୍ଯ୍ୟକ୍ରମ କରୁଛନ୍ତି ଦିଲ୍ଲୀ ସରକାର । ବିଜେପି ପ୍ରଦେଶିତ ରାଜ୍ୟରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ବୃକ୍ଷରୋପଣ କରି ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଉଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନର କାମନା କରି ସମର୍ଥକ ଓ ପ୍ରଶଂସକ ମନ୍ଦିର, ଗୁରୁଦ୍ୱାରାରେ ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି । ଦେଶ ବିଦେଶର ବିଶିଷ୍ଟ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦୀଙ୍କୁ ତାଙ୍କ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ଦୀର୍ଘଜୀବନ କାମନା କରିଛନ୍ତି । ସେହି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୫୦ ମସିହା ୧୭ ସେପ୍ଚେମ୍ୱରରେ ଗୁଜରାଟ ମେହେସାଣା ଜିଲ୍ଲାର ବଡ଼ନଗର ଏକ ସାଧାରଣ ପରିବାରରେ ମୋଦୀଙ୍କ ଜନ୍ମ । ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଗୁଜରାଟକୁ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପରେ ବିଜେପି ଦେଶର ଦାୟିତ୍ୱ ହସ୍ତାନ୍ତର କରିଥିଲା । ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କଲେ । ଦେଶର ତିନି ତିନି ଥର ପ୍ରଧାନମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିମୁଦ୍ରୀକରଣ, ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ, ତିନି ତଲାକ୍ ଉଚ୍ଛେଦ ଭଳି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ସହିତ ମଧ୍ୟ ଭାରତରୁ ସମ୍ପର୍କକୁ ମଜଭୁତ କରିଛନ୍ତି ମୋଦୀ ।