ନୂଆଦିଲ୍ଲୀ: ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ ଭାରତ ।  ନୌସେନାଙ୍କ ସହ ଦୀପାବଳି ପାଳନ ଅବସରରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା ।  କିନ୍ତୁ ଏବେ ମାତ୍ର ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକ୍ସଲ । ଖୁବଶୀଘ୍ର ଏସବୁ ଜିଲ୍ଲା ବି ମାଓମୁକ୍ତ ହେବାକୁ ଯାଉଛି । ଏବେ ମାଓବାଦୀ ଅସ୍ତ୍ରଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏସବୁ କେବଳ ଆମ ସୁରକ୍ଷାବଳଙ୍କ ପରାକ୍ରମ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଆହୁରି ପଢନ୍ତୁ- Cartoon Corner: ବିଜେଡି ଧରିଛି ଲଙ୍କା ପଟକା ହୋ, କଂଗ୍ରେସ ହାତରେ କୁମ୍ପି... ବିଜେପି ଭାବୁଛି ମାରିବ ଡିଆଁ, ଭୋଟର ପାଖରେ ରହିଛି ନିଆଁ...

ତେବେ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ମାଓବାଦର ମୂଳପୋଛ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ନକ୍ସଲଙ୍କ ବିରୋଧରେ ବଡ ଆକ୍ସନ ନିଆଯାଉଛି । କେତେବେଳେ ରାତିଦିନ ମିଶନ କରି ମାଓବାଦର ଶେଷନିଶ୍ବାସ ପାଇଁ ପ୍ରଚେଷ୍ଟା ଚାଲୁଛି ତ କେଉଁଠି ଟପ୍ ମାଓନେତାଙ୍କୁ ଗୁଳି କରି ନିପାତ କରାଯାଉଛି । ମାଓବାଦୀଙ୍କ ଉପରେ ଅତର୍କିତ ଆକ୍ସନ ହେଉଖିବାରୁ ଛାନିଆ ହେଇ ସବୁଦିନ ଓଡିଶା ସୀମାନ୍ତ ରାଜ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । 

ଆହୁରି ପଢନ୍ତୁ- Stress Full Life: ଚାପରେ ରହି ଜଟିଳ ହେଲାଣି କି ଜୀବନ ? ଟେନସନକୁ ଆଦୌ ଅଣଦେଖା କରନ୍ତୁ ନାହିଁ... ଭବିଷ୍ୟତରେ ସାଜିପାରେ ଘାତକ

ସେପଟେ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ୧୦ ବର୍ଷ ମଧ୍ୟରେ ଦେଶର ତିନୋଟି ସମ୍ବେଦନଶୀଳ ଅଞ୍ଚଳ ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ହିଂସାରେ ୭୫ ପ୍ରତିଶତ ହ୍ରାସ ଘଟିଛି।୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ମାଓବାଦର ମୂଳୋତ୍ପାଟନ କରାଯିବ ଏବଂ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଉଛି।

Naxal | Narendra Modi