ପାଲାମ ବିମାନବନ୍ଦରରେ ବୀରଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାତି ୯ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପାଲାମ ବିମାନ ବନ୍ଦରରେ ତାମିଲନାଡୁର କୁନୁରରେ ଏକ ହେଲିକପ୍ଟଟର ଦୁର୍ଘଟଣାରେ ସହିଦ୍‌ ହୋଇଥିବା ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ଏବଂ ୧୧ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ସମେତ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀରରେ ପୁଷ୍ପ ଅର୍ପଣ କରି ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମେ ଜେନେରାଲ ବିପିନ ରାୱତ, ପରେ ତାଙ୍କ ପତ୍ନୀ ମଧୁଲିକା ଓ ପରେପରେ ଅନ୍ୟ ୧୨ ଜଣଙ୍କ ତ୍ରିରଙ୍ଗାରେ ଗୁଡ଼ା  ହୋଇ ରହିଥିବା ବୀର ଯୋଦ୍ଧା ପାର୍ଥିବ ଶରୀର ଉପରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନାର ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର