ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ଦିବସ ଅବସରରେ ଦୁନିଆର ସବୁ ନାରୀଙ୍କୁ ସେ ତାଙ୍କର ଅଭିନନ୍ଦନ ଜଣାଇବା ସହ ମହିଳାଙ୍କ ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ ।
ତେବେ ନାରୀଶକ୍ତିର ବିକାଶ ଏବଂ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ମୋଦୀ ସରକାର ସବୁବେଳେ ପ୍ରୟାସ କରିଆସିଛି । ମହିଳାଙ୍କ ବିକାଶ ପାଇଁ ଅନେକ ଯୋଜନା ମଧ୍ଯ କରାଯାଇଛି, ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯ।ଉଛି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି । ତେବେ ମହିଳା ଦିବସ ଅବସରରେ ସେ ତାଙ୍କ ସୋସିଆଲ ମିଡିଆକୁ ଚେସ୍ ଗ୍ରାଣ୍ଡମାଷ୍ଟର ବୈଶାଲୀଙ୍କୁ ସମର୍ପିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/08/1svUOqZiz9ZvNko33tH8.jpg)