ସାମ୍ବିଧାନିକ ପରିବର୍ତ୍ତନ ଭୋଟ୍‌ ପାଇଁ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ୍‌ ସଫଳତାର ସହ ସାମ୍ବିଧାନିକ ସଂସ୍କାର ସମ୍ବନ୍ଧୀୟ ଭୋଟ୍‌ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରୁଷ୍‌ବାସୀ ଅନୁମୋଦନ କରିଥିବା ସମ୍ବିଧାନିକ ପରିବର୍ତ୍ତନ ଫଳରେ ପୁଟିନ୍ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବେ।

ରୁଷ୍‌ରେ ମତଦାନ ପରେ ପୁଟିନ୍‌ଙ୍କୁ ଫୋନ୍ କରିବାରେ ବିଶ୍ବର ପ୍ରଥମ ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ କରି ପୁଟିନ୍‌ଙ୍କ ସହ କଥାବାର୍ତ୍ତା  ହୋଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ରୁଷ୍‌ ବିଜୟର ୭୫ତମ ବାର୍ଷିକୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Image Courtesy of Deccan Chronicle

ଫୋନ୍‌ କରିଥିବାରୁ ପୁଟିନ୍ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସ୍ବତନ୍ତ୍ର ଏବଂ ସାମରିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ପୁଟିନ୍ ପୁଣି ଥରେ ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାଛଡ଼ା, ଦୁଇ ନେତା କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ ପ୍ରସଙ୍ଗରେ ବି ଆଲୋଚନା କରିଥିଲେ। କୋଭିଡ୍-୧୯ପର ବିଶ୍ବରେ ଦେଖା ଉପୁଜିଥିବା ଆହ୍ବାନକୁ ଦୁଇ ଦେଶ ମିଳିତଭାବେ ମୁକାବିଲା କରିବେ ବୋଲି ଉଭୟ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର