ନୂଆଦିଲ୍ଲୀ: ରବିବାର ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଘଟିଥିବା ଭୂମିକମ୍ପ ଧ୍ୱଂସକାରୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। ରାତିରେ ଭୂକମ୍ପ ହୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ଥିବା କୁହାଯାଉଛି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ରୁ ଅଧିକ ହୋଇଛି। ଏହା ବ୍ୟତୀତ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହା ସହିତ ବହୁମୂଲ୍ୟ ସମ୍ପତ୍ତିର କ୍ଷତି ଘଟିଛି।

Advertisment

ଏଭଳି ଭୟାବହ ଭୂକମ୍ପର ସାମ୍ନା ଆଫାଗାନିସ୍ତାନ କରୁଥିବା ‌ବେଳେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ ହୋଇଥିବା ଜୀବନହାନୀ ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ ହୋଇଛି। ଏହି କଷ୍ଟକର ସମୟରେ ଆମର ସମବେଦନା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି, ଏବଂ ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଏବଂ ରିଲିଫ୍ ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି।"

ତେବେ ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାର ଇତିହାସ ରହିଛି। ୭ ଅକ୍ଟୋବର, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତାଲିବାନ ସରକାର ଆକଳନ କରିଥିଲା ଯେ, ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନ ଇତିହାସରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଏଥର ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା‌ରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

pm modi