ଗୋଆ: ଗୋଆ ଅନ୍ତର୍ଗତ ଆରବ ସାଗରର ମିରାମାର ବେଳାଭୂମିରେ ଅନୁଷ୍ଠିତ ଆଇରନ୍‌ମ୍ୟାନ୍ ୭୦.୩ ପ୍ରତିଯୋଗିତାରେ ଦୁଇଜଣ ନେତା ବିଜୟୀ ହୋଇଛନ୍ତି। ସେମାନେ ହେଉଛନ୍ତି ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନମଣ୍ଡଳୀର ସାଂସଦ ତେଜସ୍ୱୀ ସୂର୍ଯ୍ୟ ଓ ତାମିଲନାଡୁ ବିଜେପି ନେତା ଆନ୍ନାମଲାଇ। ୩୧ଟି ଦେଶର ୧,୩୦୦ରୁ ଅଧିକ ଆଥଲେଟ୍‌ଙ୍କୁ ପଛରେ ପକାଇ ଏହି ଦୁଇ ନେତା ନଭେମ୍ବର ୯ ତାରିଖ ରବିବାର ଆଇରନମ୍ୟାନ୍ ୭୦.୩ର ପଞ୍ଚମ ସଂସ୍କରଣରେ ବିଜୟଲାଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ପ୍ରତିଯୋଗିତା ସମୟରେ ସେମାନେ ନେତା ନୁହଁ, କେବଳ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଉତ୍ସାହିତ ହୋଇଥିଲେ। ଗୋଆରେ ଆଇରନମ୍ୟାନ୍ ୭୦.୩ ଭଳି ଇଭେଣ୍ଟରେ ଆମ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଥିବାରୁ ମୁଁ ଆନନ୍ଦିତ। ଫିଟ୍ ଇଣ୍ଡିଆ ଆନ୍ଦୋଳନରେ ଏଭଳି କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ବୋଲି କହି ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ଏହା ଖୁସିର ବିଷୟ ଯେ ଆଇରନମ୍ୟାନ୍ ଟ୍ରାୟାଥ୍ଲନ୍ ସଫଳତାର ସହ ଜିତିଥିବା ବ୍ୟକ୍ତିଙ୍କ ମଧ୍ୟରେ ଆନ୍ନାମଲାଇ ଓ ତେଜସ୍ୱୀ ସୂର୍ଯ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଏକ ଆଥ୍‌ଲେଟିକ୍ କାର୍ଯ୍ୟକ୍ରମରେ ଏକାଦିକ୍ରମେ ପହଁରିବା, ସାଇକେଲ ଚଳାଇବା ଓ ଦୌଡ଼ିବାକୁ ଟ୍ରାୟାଥ୍ଲନ କୁହାଯାଏ। କେ ଆନ୍ନାମଲାଇଙ୍କ ପାଇଁ, ଏହି ଯାତ୍ରା କିଛି ମାସ ପୂର୍ବରୁ ଏକ ବ୍ୟକ୍ତିଗତ ଶପଥ ସହିତ ଆରମ୍ଭ ହୋଇଥିଲା - ତାଙ୍କ ସୀମାକୁ ଆଗକୁ ବଢ଼ାଇବା ଏବଂ ଜଣେ ଆଥଲେଟଙ୍କ ମାନସିକତା ଗଠନ କରିବା। ସେ କହିଛନ୍ତି, ଆଜି ଖୋଲା ସମୁଦ୍ରରେ ୧.୯ କିଲୋମିଟର ପହଁରିବା, ଗୋଆର ପାହାଡ଼ିଆ ଅଞ୍ଚଳ ଦେଇ ୯୦ କିଲୋମିଟର ସାଇକେଲ ଚଲାଇବା ଏବଂ ୨୧ କିଲୋମିଟର ଦୌଡ଼ିବା ପରେ, ମୁଁ ବିନମ୍ରତାର ସହ କହିବାକୁ ଚାହୁଛି ଯେ ଏହି ଆହ୍ୱାନ କେବଳ ମୋର ଧୈର୍ଯ୍ୟର ପରୀକ୍ଷା କରିନାହିଁ, ବରଂ ମୋ ମନର ଶକ୍ତିକୁ ପରୀକ୍ଷା କରିଛି। ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଓ ତାଙ୍କ ସାଥୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ଆନ୍ନାମଲାଇ ଶ୍ରେୟ ଦେଇଛନ୍ତି। ଆଇରନମ୍ୟାନ୍ ଚ୍ୟାଲେଞ୍ଜକୁ ପୁଣି ଥରେ ଗ୍ରହଣ କରି ସଫଳ ହୋଇଥିବାରୁ ତେଜସ୍ୱୀ ସୂର୍ଯ୍ୟଙ୍କୁ ମଧ୍ୟ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଆଇରନମ୍ୟାନ୍ ୭୦.୩ ଫର୍ମାଟରେ ୧.୯ କିଲୋମିଟର ପହଁରିବା, ୯୦ କିଲୋମିଟର ସାଇକେଲ ଚାଳନା ଏବଂ ୨୧.୧ କିଲୋମିଟର ଦୌଡ଼ ଆବଶ୍ୟକ। ଚଳିତ ବର୍ଷର ସଂସ୍କରଣରେ ଗୋଆରେ ୬୨ଟି ଦେଶର ଆଥଲେଟ୍‌ମାନେ ଅଂଶଗ୍ରହଣ କରିଥିଲେ।