ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ବିଶ୍ବର ଅନ୍ୟାନ୍ୟ ନେତାମାନଙ୍କୁ ଭାରତରେ ନିର୍ମିତ ଅତୁଳନୀୟ ଉପହାର ପ୍ରଦାନ କରିଛନ୍ତି।
ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତନିର୍ମିତ କାଠ ଫ୍ରେମ୍ରେ ତାଙ୍କ ଅଜା ପି.ଭି. ଗୋପାଳନ୍ଙ୍କ ସମ୍ବନ୍ଧୀୟ ପୁରାତନ ବିଜ୍ଞପ୍ତିର ନକଲ ପ୍ରଦାନ କରିଛନ୍ତି। ପି.ଭି. ଗୋପାଳନ୍ ଭାରତରେ ବିଭିନ୍ନ ପଦପଦବୀ ମଣ୍ଡନକରିଥିବା ଜଣେ ସମ୍ମାନଜନ ସରକାରୀ ଅଧିକାରୀ ଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କମଳାଙ୍କୁ ଗୋଟାଏ ‘ଗୁଲାବୀ ମୀନାକରି ଚେସ୍ ସେଟ୍’ ଉପହାର ଦେଇଛନ୍ତି। ବିଶ୍ବର ଅନ୍ୟତମ ପ୍ରାଚୀନ ନଗରୀ କାଶୀ ସହ ‘ଗୁଲାବୀ ମୀନାକରି’ ଶିଳ୍ପ ଜଡ଼ିତ।
Image Courtesy of India Todayଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସ୍ଙ୍କୁ କାଶୀରେ ନିର୍ମିତ ଗୋଟାଏ ‘ରୁପା ମୀନାକରି ଜାହାଜ’ ମଧ୍ୟ ଉପହାର ଦେଇଛନ୍ତି। ସେହିଭଳି ଜାପାନୀ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦନ କାଠରେ ନିର୍ମିତ ବୁଦ୍ଧ ପ୍ରତିମା ଉପହାର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/gift.jpg)