ମନ କି ବାତ୍ : ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ,ଦେଶ ସେତେ ଆତ୍ମନିର୍ଭର ହେବ

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ବ ରହିଛି ଏବଂ କୃଷକଙ୍କ ଦ୍ବାରା ଦେଶ କିଭଳି ଆତ୍ମନିର୍ଭର ହେବ ସେ ବିଷୟରେ ଜଣାଇଥିଲେ। ଶେଷରେ ସହିଦ ହୋଇଥିବା ଦେଶର ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରୋନା କଟକଣା ମାନି ଚଳିବାକୁ ଦେଶବାସୀଙ୍କୁ ଆହ୍ବାନ କରିଥିଲେ ପ୍ରଧାନମନ୍ତ୍ରୀ ।

କାହାଣୀ ଶୁଣାଇବାର ଗୁରୁତ୍ବ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ପରିବାରରେ, କିଛି ବୃଦ୍ଧ ବ୍ୟକ୍ତି ବା ପରିବାରର ବରିଷ୍ଠ ଲୋକମାନେ କାହାଣୀ ଶୁଣାଇବା ଜରିଆରେ ଘରେ ନୂତନ ପ୍ରେରଣା ଏବଂ ନୂତନ ଶକ୍ତି ଭରିଦେଇଥାନ୍ତି | କାହାଣୀଗୁଡିକ ଲୋକଙ୍କୁ ସୃଜନଶୀଳ କରିବା ସହ ଏବଂ ସମ୍ବେଦନଶୀଳତା ଆଣିଥାଏ | ଜଣେ ମା’ ନିଜ ଶିଶୁକୁ ଖାଇବାକୁ ଦେବା ସମୟରେ ବା ଶୁଆଇବା ସମୟରେ କାହାଣୀ ଶୁଣାଇଥାଏ। ଏହି କାହାଣୀର ପ୍ରଭାବ ଶିଶୁ ଉପରେ ଅଧିକ ପଡ଼ିଥାଏ। ଶୁଣୁଥିବା କାହାଣୀରୁ ହିଁ ଜଣେ ଶିଶୁର ବୌଦ୍ଧିକ ବିକାଶ ହୁଏ ଏବଂ ସେ ସୃଜନଶୀଳ ହୁଏ। ପ୍ରତ୍ୟେକ ମାତା-ପିତା ଏବଂ ଘରର ସଦସ୍ୟଙ୍କୁ କାହାଣୀ ବର୍ଣ୍ଣନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

PM Modi to hold high-level COVID-19 review meeting with CMs of 7 states on Wednesday
DNA India

ଦେଶରେ କୃଷକମାନଙ୍କ ଗୁରୁତ୍ବ ଉପରେ ଆଲୋଚନା କରି ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ କହିବା ମୁତାବକ, କରୋନା ସଙ୍କଟ ସମୟରେ କୃଷି କ୍ଷେତ୍ର ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛି। ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ, ଗାଁ  ସେତେ ଅଧିକ ଶକ୍ତିଶାଳୀ ହେବ, ଦେଶ ସେତେ ଆତ୍ମନିର୍ଭର ହେବ। ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ କେବଳ କୃଷକଙ୍କ ଶକ୍ତିରେ ନିର୍ମାଣ ହେବ। ଯଦି କୃଷକ ଶକ୍ତିଶାଳୀ ହୁଏ, ତେବେ ଭାରତ ଆତ୍ମନିର୍ଭରଶୀଳ ହେବ। କଥାରେ ଅଛି ଯିଏ ଭୂମି ସହ ଯେତେ ଜଡ଼ିତ, ତାକୁ ସବୁଠୁ ବଡ଼ ଝଡ଼ ମଧ୍ୟ ଦୋହଲାଇ ପାରିବ ନାହିଁ। ଆମର କୃଷି କ୍ଷେତ୍ର କରୋନାର ଏହି କଠିନ ସମୟରେ ଏହାର ଏକ ଜୀବନ୍ତ ଉଦାହରଣ | ଆଜି କୃଷକମାନେ ନିଜ ଇଚ୍ଛାରେ ଉତ୍ପାଦ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି। ସାମ୍ପ୍ରତିକ ଅତୀତରେ, ଏହି କ୍ଷେତ୍ରଗୁଡିକ ନିଜକୁ ଅନେକ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି।

ଦେଶକୁ ସମ୍ବୋଧନ କରି ଆଗକୁ ଆସୁଥିବା ଦେଶର ବୀରପୁତ୍ରମାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସହିଦ ଭଗତ ସିଂଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କ ବୀରତ୍ବ ବିଷୟରେ ଦେଶବାସୀଙ୍କୁ ପୁଣି ଥରେ ମନେ ପକାଇ ଦେଇଥିଲେ। ଶେଷର ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ କୋଭିଡ ପ୍ରୋଟକଲ ମାନି ଚଳିବା ପାଇଁ ଉପଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର