ଅନୁସୂଚିତ ଜାତିର ଲୋକଙ୍କୁ ଟିଏମସି ପ୍ରାର୍ଥୀ ସ୍ବଭାବରେ ଭିକାରି ବୋଲି କହିଥିବାରୁ ଦିଦିଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଆଗାମୀ ପର୍ଯ୍ୟାୟ ମତଦାନ ପାଇଁ ବିଭିନ୍ନ ଦଳ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟିଏମସି ପ୍ରାର୍ଥୀ ସୁଜାତା ମୋଣ୍ଡଳ ଅନୁସୂଚିତ ଜାତିର ଲୋକଙ୍କୁ ନେଇ ଦେଇଥିବା ବୟାନ ପାଇଁ ଦିଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ।

ବିଜେପି ଦ୍ବାରା ସେୟାର କରାଯାଇଥିବା ଭିଡିଓରେ ସୁଜାତା ମୋଣ୍ଡଳ କହୁଛନ୍ତି ଯେ, ଏଠାରେ ଅନୁସୂଚିତ ଜାତିର ଲୋକ ସ୍ବଭାବରେ ଭିକାରି । ମମତା ବାନାର୍ଜୀ ସେମାନଙ୍କ ପାଇଁ ଯାହା କରିଛନ୍ତି, ତାହା ପରେ ମଧ୍ୟ ସେମାନେ ବିଜେପି ଦେଉଥିବା ଅଳ୍ପ ଟଙ୍କା ପଛରେ ଗୋଡ଼ାଉଛନ୍ତି। ସେମାନେ ସେମାନଙ୍କର ଭୋଟ୍ ବିଜେପିକୁ ବିକ୍ରି କରୁଛନ୍ତି।

PM Modi address Mamata Banerjee ideology destroyed West Bengal actions against farmers hurt me | India News – India TV
India TV News

ଏହା ଉପରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦିଦିଙ୍କ ଲୋକମାନେ ବଙ୍ଗଳାର ଅନୁସୂଚିତ ଜାତିର ଲୋକଙ୍କୁ ଅପମାନ କରି ସେମାନଙ୍କୁ ଭିକାରି ବୋଲି କହିଛନ୍ତି। ଏପରି ତିକ୍ତ ଶବ୍ଦ ଶୁଣି ବାବା ସାହାବଙ୍କ ଆତ୍ମା ଆଘାତ ପାଇବ। କେହି ଭାବି ନଥିଲେ ଯେ ଏପରି ଶବ୍ଦ ବଙ୍ଗଳାରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟତର କେହି କହିବେ। ଦିଦି ନିଜକୁ ‘ରୟାଲ ବେଙ୍ଗଲ ଟାଇଗର’ ବୋଲି କହୁଛନ୍ତି। ଦିଦିଙ୍କ ଇଚ୍ଛା ବିନା ଅନୁସୂଚିତ ଜାତି ଉପରେ ଏଭଳି ମନ୍ତବ୍ୟ କୌଣସି ଟିଏମସି ନେତା ଦେଇପାରିବେ ନାହିଁ। ଏତେ ସବୁ ହେବା ପରେ ଦିଦି କ୍ଷମା ପ୍ରାର୍ଥନା କରିବା କଥା ମଧ୍ୟ ଭାବି ନାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର