ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ଏକ ସର୍ଭେ ସଂସ୍ଥା ଦ୍ୱାରା ସବୁଠାରୁ ଲୋକପ୍ରିୟ ରାଷ୍ଟ୍ର ମୁଖ୍ୟ ଭାବେ ମାନ୍ୟତା ଦିଆଯାଇ ଜାଣିବା ପାଇଁ ମିଳିଛି।
ଆମେରିକାର ସର୍ଭେ ସଂସ୍ଥା ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ଅନୁଶୀଳନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ରହିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ଦକ୍ଷତାର ସହ ପରିଚାଳନା କରିବା ତଥା କୋଭିଡ୍-୧୯ ସଙ୍କଟର ପରିଚାଳନା କ୍ଷେତ୍ରରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
Our Hon PM @narendramodi Ji rated highest among world leaders by American research firm Morning Consult. Our PM has yet again emerged the most popular head of Government for his efficient handling of various issues and management of the COVID-19 crisis.
— Jagat Prakash Nadda (@JPNadda) January 2, 2021
ଏ ସଂପର୍କରେ ସୂଚନା ଦେଇ ବିଜେପି ମୁଖ୍ୟ ଜେ ପି ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରଠାରୁ ଲୋକଙ୍କ ଉପରେ ସରକାରଙ୍କ ବିଶ୍ୱାସ ଏବଂ ଦେଶ ସଠିକ୍ ଦିଗରେ ଅଗ୍ରଗତି କରୁଛି ବୋଲି ସର୍ଭେ ରିପୋର୍ଟ କହିଛି। ଆମେରିକୀୟ ସର୍ଭେ ସଂସ୍ଥାର ଏହି ମୂଲ୍ୟାୟନ ତାଙ୍କର ଦକ୍ଷ ନେତୃତ୍ୱ ଏବଂ ପରିଶ୍ରମର ସାକ୍ଷ୍ୟ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟତା କେବଳ ଦେଶ ମଧ୍ୟରେ ସୀମିତ ରହିନାହିଁ ବରଂ ଏହା ବିଶ୍ୱ ନେତାଙ୍କ ମଧ୍ୟରେ ପିଏମ ମୋଦୀ ଏକ ନମ୍ବର ସ୍ଥାନରେ ଅଛନ୍ତି ବୋଲି ନାଡା କହିଛନ୍ତି ।
Hon PM @narendramodi ji’s popularity not only rises unabated across all demographic groups & geographic regions of the country and he also gets a thumbs up globally for his dedication to his country. PM Modi ranks Number 1 among all global leaders in this challenging times.
— Jagat Prakash Nadda (@JPNadda) January 2, 2021
ଅନ୍ୟପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଏବଂ ବିଶ୍ୱସନୀୟତା ସର୍ବଭାରତୀୟ ସ୍ତରରେ ନୁହେଁ ବରଂ ତାଙ୍କର ବିଶ୍ୱସନୀୟତା ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ହୋଇଛି। ଏହା ଭାରତ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂହ।
The popularity and credibility of PM Shri @narendramodi has been recognised globally. According Morning Consult, a data firm, his approval rating is the highest among the world leaders. He has been praised for his leadership during the Pandemic. Indeed a proud moment for India!
— Rajnath Singh (@rajnathsingh) January 2, 2021
କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଜାଭଡେକର କହିଛନ୍ତି ଯେ ଏହା ଏକ ଗର୍ବର ବିଷୟ ଯେ ଆମେରିକା, ଜାପାନ ଏବଂ ବ୍ରାଜିଲ ସମେତ ବିଶ୍ୱର ୧୩ଟି ଦେଶରେ ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ବିଶ୍ୱ ନେତାଙ୍କ ମଧ୍ୟରେ ମୋଦୀ ଜୀଙ୍କୁ ସର୍ବାଧିକ (୫୫%) ମାନ୍ୟତା ମିଳିଛି।