ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ସର୍ବେକ୍ଷଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଯାଇ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଗାମୁଛାରେ ମୁହଁ ଆବୃତ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେବା ପାଇଁ କୋଲକାତା ବିମାନ ବନ୍ଦରରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ।
ପ୍ରାୟ ତିନି ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ବାହାରକୁ ଯାଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଫେବ୍ରୁଆରି ୨୯ ତାରିଖ ଦିନ ସେ ଶେଷଥର ଉତ୍ତର ପ୍ରଦେଶର ପ୍ରୟାଗରାଜ ଏବଂ ଚିତ୍ରକୂଟ ଗସ୍ତ କରିଥିଲେ।
Image Source: Hindustan Timesକୋଲକାତା ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ହେଲିକପ୍ଟର ଯୋଗେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲି ଦେଖିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସର୍ବେକ୍ଷଣରେ ଯିବେ। ସଦ୍ୟତମ ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ୍ଜନିତ ମୃତ୍ୟୁସଂଖ୍ୟା ୭୭ କୁ ବୃଦ୍ଧି ପାଇଛି। ଏଥିରୁ କେବଳ କୋଲକାତାରେ ୧୯ଜଣଙ୍କର ମୃତ୍ୟୁ ଘଟିଛି।
୨୦୦୯ରେ ବାଂଲାଦେଶ ଓ ଭାରତର ପୂର୍ବାଞ୍ଚଳକୁ ଛିନ୍ନଚ୍ଛତ୍ର କରି ପକାଇଥିବା ବାତ୍ୟା ଆଲିଆ ଠାରୁ ବାତ୍ୟା ଅମ୍ଫାନ୍ ଅଧିକ ଧ୍ବଂସକାରୀ ହୋଇଥିବା କଥା ଜାତିସଂଘ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/modi-in-kolkata.jpg)