ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।
ଅଧିକପଢ଼ନ୍ତୁ:ଶ୍ରୀଦେବୀଙ୍କୁ ଗିରଫ ପାଇଁ ପୁଲିସ ଏବେ କ’ଣ ସ୍ବର୍ଗକୁ ଯିବ କି?
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଭାରତୀୟ କ୍ରିକେଟ ବୋର୍ଡ ‘ବିସିସିଆଇ’ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖା ହୋଇଛି ‘ଧନ୍ୟବାଦ ଅଶ୍ବିନ। ଭାରତୀୟ କ୍ରିକେଟ ଟିମର ଅଫ-ସ୍ପିନର ତଥା ଅଲରାଉଣ୍ଡର ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏକ କିମ୍ବଦନ୍ତୀ କ୍ୟାରିୟର ପାଇଁ ଅଭିନନ୍ଦନ।’
𝙏𝙝𝙖𝙣𝙠 𝙔𝙤𝙪 𝘼𝙨𝙝𝙬𝙞𝙣 🫡
— BCCI (@BCCI) December 18, 2024
A name synonymous with mastery, wizardry, brilliance, and innovation 👏👏
The ace spinner and #TeamIndia's invaluable all-rounder announces his retirement from international cricket.
Congratulations on a legendary career, @ashwinravi99 ❤️ pic.twitter.com/swSwcP3QXA
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଅଶ୍ବିନଙ୍କ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଅଶ୍ବିନଙ୍କ ପାଇଁ ଏକ ଭାବୁକ ପତ୍ର ଲେଖିଛନ୍ତି। ଯେଉଁଥିରେ ସେ ଭାରତୀୟ କ୍ରିକେଟ ଦଳ ପାଇଁ ଅଶ୍ବିନଙ୍କ ଯୋଗଦାନକୁ ପ୍ରଶଂସା କରିବା ସହିତ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
ଅଧିକପଢ଼ନ୍ତୁ:ୟୁକ୍ରେନର ରୋବଟ୍ ସେନା ପ୍ରଥମ ଯୁଦ୍ଧ ଜିତିଲା
ମୋଦୀ ଅଶ୍ବିନଙ୍କ ଅବସର ଘୋଷଣା ପରେ ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ କ୍ରିକେଟ ଟିମ ପାଇଁ ଅଶ୍ବିନୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଏଥି ସହିତ ସେ ଯୁବଖେଳାଳିମାନଙ୍କୁ କ୍ରିକେଟ ଖେଳ ପ୍ରତି ପ୍ରେରିତ ବି କରୁଥିଲେ। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରିଛି।‘