ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରାଜନୈତିକ ଜୀବନର ଏକ ବଡ଼ ଖୁଲାସା କରିଛନ୍ତି। ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ପ୍ରଥମ ପାଠ ସୁଷମା ସ୍ୱରାଜ ପଢ଼ାଇ ଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ବିଜେପିର ବରିଷ୍ଠ ନେତ୍ରୀ ସ୍ୱର୍ଗତା ସୁଷମା ସ୍ୱରାଜଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ସ୍ମୃତି ସଭାରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ମିଳିତ ଜାତିସଂଘ (ୟୁଏନ୍)ର ସାଧାରଣ ଅଧିବେଶନରେ ଭାଷଣ ଦେବା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ସୁଷମା ସ୍ୱରାଜ ମୋ ନିକଟକୁ ଆସିଥିଲେ। ସେତେବେଳକୁ ସେ ଥିଲେ ବୈଦେଶିକ ମନ୍ତ୍ରୀ। ବିନା ଉପ କ୍ରମଣିକାରେ ସେ ମୋତେ କହିଥିଲେ, ‘ମୁଁ ଜାଣିଛି ଆପଣ ଜଣେ ଭଲ ବକ୍ତା। ସବୁବେଳେ ମନରୁ ଭାଷଣ ଦେଇଥାନ୍ତି। କେବେବି ଲିଖିତ ଭାଷଣକୁ ପଢ଼ି ନଥାନ୍ତି। କିମ୍ବା ଲିଖିତ ଭାଷଣ ପଢ଼ିବାକୁ ପସନ୍ଦ କରି ନଥାନ୍ତି। ହେଲେ, ୟୁଏନ୍ରେ ଆପଣଙ୍କ ମର୍ଜି ଚଳିବ ନାହିଁ। ସେଠି ଆପଣଙ୍କୁ ଲିଖିତ ଅଭିଭାଷଣକୁ ହିଁ ପଢ଼ିବାକୁ ପଡ଼ିବ। କାରଣ, ଏହା ହିଁ ହେଉଛି ୟୁଏନ୍ର ପ୍ରଟୋକଲ୍’।
/sambad/media/post_attachments/wp-content/uploads/2019/08/Sushma-Swaraj-MEA.jpg)
ସୁଷମାଙ୍କ ଠାରୁ ଏକଥା ଶୁଣିବା ପରେ ୟୁଏନ୍ ପାଇଁ ମୁଁ ମୋର ଭାଷଣକୁ ଲିଖିତ ଆକାରରେ ପ୍ରସ୍ତୁତ କରିଥିଲି। ଆଉ ୟୁଏନ୍ର ପ୍ରଟୋକଲ୍ ବାବଦରେ ପ୍ରଥମ ପାଠ ସୁଷମାଙ୍କ ଠାରୁ ହିଁ ପଢ଼ିଥିଲି।