ମୋଦୀଙ୍କୁ ମିଳିଲା ‘ଗ୍ଲୋବାଲ୍‌ ଗୋଲ୍‌କିପର ଆୱାର୍ଡ’

୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାରେ ‘ଗ୍ଲୋବାଲ ଗୋଲ୍‌କିପର୍‌ ଆୱାର୍ଡ’ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ମାଇକ୍ରୋସଫ୍‌ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରଦାନ କରିଛନ୍ତି। ବିଲ୍‌ ଏବଂ ମିଲିନ୍ଦା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ଏବଂ ଏହା ଦ୍ବାରା ସାମାଜିକ ଜୀବନରେ ଆସିଥିବା ପରିବର୍ତ୍ତନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ମିଳିବା ଭାରତର ୧୩୦ କୋଟି ଲୋକଙ୍କ ପାଇଁ ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଜନସାଧାରଣଙ୍କ ସଂକଳ୍ପ ଏବଂ ନିଷ୍ଠା ଯୋଗୁଁ ସ୍ବଚ୍ଛ ଭାରତ ଅଭିଯାନରେ ସଫଳତା ମିଳିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର