ନୂଆଦିଲ୍ଲୀ: ଜୁନ୍ ୨୬-୨୭ରେ ହେବାକୁ ଥିବା ‘ଜି୭’ ବୈଠକରେ ଯୋଗଦେବା ପାଇଁ ଜର୍ମାନିରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ଉଚ୍ଛ୍ବସିତ ସ୍ବାଗତ କରିଛନ୍ତି।
ଜର୍ମାନି ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବା ଓ ସ୍ବାଗତ କରିବା ପାଇଁ ଭାରତୀୟ ବଂଶୋଦ୍ଭବମାନେ ଖୁବ୍ ଉତ୍କଣ୍ଠିତ ଥିଲେ। ପ୍ରଧାମନ୍ତ୍ରୀ ମୋଦୀ ମଧ୍ୟ ସେମାନଙ୍କୁ ମ୍ୟୁନିକ୍ ହୋଟେଲ୍ରେ ଭେଟି ଆଳାପଆଲୋଚନା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉକ୍ତ ହୋଟେଲ୍ରେ ଅବସ୍ଥାନ କରୁଛନ୍ତି।
Image Courtesy of Zee Newsସେ ସମୟରେ ଉତ୍ତୋଳନ କରାଯାଇଥିବା ଭିଡିଓରେ ଦେଖାଯାଉଛି ଶାଢ଼ି ପରିହିତା ଜଣେ ଜର୍ମାନ ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିନ୍ଦୀ ଭାଷାରେ ପଚାରୁଛନ୍ତି, କେମିତି ଅଛନ୍ତି ମୋଦୀଜୀ? ସେ ହିନ୍ଦୀ ଭାଷାରେ କଥା କହୁଥିବା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ଆଚମ୍ବିତ ହୋଇ ପଚାରିଥିଲେ ସେ କ’ଣ ହିନ୍ଦୀ ଭାଷା ଶିଖିଛନ୍ତି। ମହିଳାଜଣକ କହିଥିଲେ କି, ସେ ହିନ୍ଦୀ ଭାଷା ଶିଖୁଛନ୍ତି। ଏହାପରେ ମହିଳାଜଣଙ୍କ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶିଷ ଭିକ୍ଷା କରିଥିଲେ।
ସୂଚନାଯୋଗ୍ୟ, ଜର୍ମାନିରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜି୭’ ଏବଂ ଅତିଥି ରାଷ୍ଟ୍ରମାନଙ୍କ ସହିତ ବୈଠକ କରି ସମସାମୟିକ ସମସ୍ୟା ସଂକ୍ରାନ୍ତରେ ମତବିନିମୟ କରିବେ। ଭାରତକୁ ଫେରିବା ବାଟରେ ପ୍ରଧାନମନ୍ତ୍ରୀ ‘ୟୁଏଇ’ ଗସ୍ତରେ ଯାଇ ଜୁନ୍ ୨୮ ତାରିଖ ଦିନ ‘ୟୁଏଇ’ର ପୂବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ସ୍ବର୍ଗତ ଶେଖ୍ ଖଲିଫା ବିନ୍ ଜାୟେଦ୍ ଅଲ୍ ନାହିୟାନ୍ଙ୍କ ପ୍ରତି ବ୍ୟକ୍ତିଗତ ଶୋକବ୍ୟକ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/PM-Modi.jpg)