ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ପ୍ରଥମ ପାଳିରେ ନିତି ଆୟୋଗ ଗଠନ ହୋଇଥିଲା। ୬୫ ବର୍ଷର ପୁରୁଣା ପ୍ରତିଷ୍ଠାନ ଯୋଜନା ଆୟୋଗକୁ ଭାଙ୍ଗି ନିତି ଆୟୋଗ ଗଠନ କରାଯାଇଥିଲା। ଏହି ଆୟୋଗ ବିଭିନ୍ନ ପ୍ରସଙ୍ଗ ନେଇ ବିବାଦୀୟ ରହିଥିଲା। ମୋଦୀ ସରକାର ତାଙ୍କ ଦ୍ବିତୀୟ ପାଳି ଶାସନ ଆରମ୍ଭ କରିବାର ଅଳ୍ପ କିଛି ଦିନ ପରେ ଏଥିରେ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ନିତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟାଙ୍କ ଇସ୍ତଫା ପରେ ରାଜୀବ କୁମାରଙ୍କୁ ଏହାର ଦାୟିତ୍ବ ଦିଆଯାଇଥିଲା। ଆଜିର ପୁନର୍ଗଠନରେ ପ୍ରଧାନମନ୍ତ୍ରୀ ରାଜୀବଙ୍କ ଉପରେ ଭରସା ବଜାୟ ରଖି ତାଙ୍କୁ ପୁନର୍ବାର ଉପାଧ୍ୟକ୍ଷ ପଦ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆୟୋଗର ଅଧ୍ୟକ୍ଷ ରହିଛନ୍ତି। ଭି କେ ସାରସ୍ବତ, ପ୍ରଫେସର ରମେଶ ଚାନ୍ଦ ଓ ଡକ୍ଟର ଭି କେ ପଲ୍ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାମ କରିବେ। ଆୟୋଗର ପଦାଧିକାରୀ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥୱର ଚନ୍ଦ ଗେହଲଟ୍, ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ କାମ କରିବେ। ଏତଦବ୍ୟତୀତ ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ନିତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ବୈଠକ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକରେ ପରିଷଦର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ନିତି ଆୟୋଗର ପୁନର୍ଗଠନ : ରାଜୀବ କୁମାରଙ୍କୁ ଭରସା କଲେ ମୋଦୀ, ପ୍ରମୁଖ ସଦସ୍ୟଙ୍କୁ ବଦଳାଇଲେ
୧୫ ତାରିଖରେ ପ୍ରଥମ ବୈଠକ
/sambad/media/post_attachments/wp-content/uploads/2019/06/niti-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)