ଭିଡିଓ କନ୍‌ଫରେନ୍ସିଙ୍ଗ୍‌ ଜରିଆରେ ‘ପିଏମ୍‌-କିଷାନ୍‌’ର ୧୦ମ କିସ୍ତି ରିଲିଜ୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର (ପିଏମ୍‌-କିଷାନ୍‌) ୧୦ମ କିସ୍ତି ରିଲିଜ୍‌ କରିଛନ୍ତି। ଏହି ଯୋଜନାରେ ସମଗ୍ର ଦେଶର ଯୋଗ୍ୟ ହିତାଧିକାରୀ କୃଷକମାନେ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ବ୍ୟାଙ୍କ୍‌ ଖାତାରେ ୨୦୦ ଟଙ୍କା ଲେଖାଏଁ ପାଇବେ।

ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ‘ପିଏମ୍‌-କିଷାନ୍‌ ସମ୍ମାନ ନିଧି ଯୋଜନା’ରେ ହିତାଧିକାରୀ କୃଷକମାନଙ୍କୁ ୬୫,୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଟ୍ରାନ୍‌ସ୍‌ଫର୍‌ କରାଯାଇଛି।

Image Courtesy of Zee News

୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ଉପରୋକ୍ତ ଯୋଜନାରେ କେନ୍ଦ୍ର ସରକାର ୧୧.୫ ହିତାଧିକାରୀ କୃଷକ ପରିବାରବର୍ଗଙ୍କ ଜମାଖାତାକୁ ୧.୬୧ କୋଟିରୁ ଅଧିକ ଟଙ୍କା ପଠାଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଭାରତରେ ‘ପିଏମ୍‌-କିଷାନ୍‌ ସମ୍ମାନ ନିଧି ଯୋଜନା’ରେ ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ଉପକୃତ ହେଉଛନ୍ତି। ୧୦ମ କିସ୍ତି ପୂର୍ବରୁ ସରକାର ପଞ୍ଜିକୃତ ହିତାଧିକାରୀ କୃଷକମାନଙ୍କ ଜମାଖାତାକୁ ୧.୫୮ ଲକ୍ଷ କୋଟି ଟଙ୍କା ଟ୍ରାନ୍‌ସ୍‌ଫର୍‌ କରିଥିଲେ।

‘ପିଏମ୍‌-କିଷାନ୍‌ ସମ୍ମାନ ନିଧି ଯୋଜନା’କୁ ଭାରତ ସରକାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଉଛନ୍ତି। ଗରିବ ଓ ନାମମାତ୍ର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ଅଟେ।

ସମ୍ବନ୍ଧିତ ଖବର