ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ସେବା ହିଁ ସଂଗଠନ' ବୈଠକରେ ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କରୋନା ମହାମାରୀ ଲଢ଼େଇରେ ବିଜେପି କର୍ମୀମାନଙ୍କ ଅବଦାନ ପାଇଁ ପ୍ରଶଂସା କରିଛନ୍ତି। ଏହି ଭିଡିଓ କନଫରେନ୍ସ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମୋଦୀ କହିଛନ୍ତି କ୍ଷମତା ହେଉଛି ବିଜେପି ପାଇଁ ଲୋକମାନଙ୍କର ସେବା କରିବାର ଏକ ମାଧ୍ୟମ। ଅନେକ ରାଜ୍ୟରେ ଆମ କାର୍ଯ୍ୟକର୍ତ୍ତାମାନେ ଜାଣୁଛନ୍ତି ଯେ, ସେମାନେ ବିପଦକୁ ସାମ୍ନା କରୁଛନ୍ତି, କିନ୍ତୁ ସେମାନେ ମହାମାରୀ ସହ ଲଢ଼େଇ ଜାରି ରଖିଛନ୍ତି। ଏହି କର୍ମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୋର ସମ୍ମାନ। କରୋନା ମହାମାରୀ ମଧ୍ୟରେ ବିଜେପି ଦ୍ବାରା ଦେଶବ୍ୟାପୀ ଯେଉଁ ଜନମଙ୍ଗଳ କାର୍ଯ୍ୟ ଜାରି ରହିଛି ତାହା ଇତିହାସରେ ସବୁଠୁ ବଡ଼ ସେବା ଯଜ୍ଞ। ସମାଜର ମଙ୍ଗଳ ପାଇଁ ଆମ ସଂଗଠନ କାମ କରୁଛି ବୋଲି ମୋଦୀ କହିଛନ୍ତି। ଜଣେ ବିଜେପି କର୍ମୀଭାବେ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ବୋଲି ମୋଦୀ କହିଛନ୍ତି। ଅଧିକରୁ ଅଧିକ ଲୋକଙ୍କ କଷ୍ଟ ଲାଘବ କରିବାପାଇଁ ଚେଷ୍ଟା କରିବା ପାଇଁ ବ୍ୟକ୍ତିର ଧର୍ମ ହେବା ଉଚିତ ବୋଲି ମୋଦୀ କହିଛନ୍ତି।
ବିଜେପି କର୍ମୀଙ୍କୁ ମୋଦୀଙ୍କ ଉଦ୍ବୋଧନ: ବିଜେପି ପାଇଁ କ୍ଷମତା ହେଉଛି ଜନସେବାର ଏକ ମାଧ୍ୟମ
/sambad/media/post_attachments/wp-content/uploads/2020/06/modi-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)