ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ଲାଗି ମଧ୍ୟପ୍ରଦେଶର ଇନ୍ଦୋରକୁ ପ୍ରଚାର କରିବା ପାଇଁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଏକ ବଡ଼ ଜିନିଷକୁ ନେଇ ସେ ଖୁଲାସା କରିଥିଲେ । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପ୍ରଶଂସା କରିବା ସହ କେବଳ ସେ ହିଁ ଦଳ ଭିତରେ ମୋତେ ରାଗି ପାରନ୍ତି ବୋଲି କହିଥିଲେ ମୋଦୀ ।
Inkhabarସୁମିତ୍ରା ମହାଜନଙ୍କୁ ତାଇ ବୋଲି ସମ୍ବୋଧନ କରୁଥିବା ମୋଦୀଙ୍କ କହିବା ଅନୁଯାୟୀ, ଲୋକସଭା ବାଚସ୍ପତି ଭାବରେ ତାଇ ବଡ଼ କୁଶଳତା ଏବଂ ଧୈର୍ଯ୍ୟର ସହ ନିଜର କାର୍ଯ୍ୟ କରିଥିଲେ । ଯେଉଁଥି ପାଇଁ ଆଜି ସେ ଲୋକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆପଣମାନେ ମୋତେ ପ୍ରଧାନମନ୍ତ୍ରୀ ଭାବରେ ସମ୍ମାନ ଦେଉଛନ୍ତି । କିନ୍ତୁ ଯଦି ମୋତେ କିଏ ରାଗିବାର ସାହାସ ରଖେ, ସେ ହେଉଛନ୍ତି ତାଇ । ମୁଁ ଏବଂ ତାଇ ବିଜେପିକୁ ଗଠନ କରିବା ପାଇଁ ସାଥୀରେ କାମ ଆରମ୍ଭ କରିଥିଲୁ । ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି, ଇନ୍ଦୋର ପାଇଁ ତାଇ ଯାହା ବି ସ୍ୱପ୍ନ ଦେଖିଥିଲେ, ତାହାକୁ ମୁଁ ପୂରା କରିବି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/pm-modi-s-rally-in-jaipur_534793fa-6e5f-11e9-adf4-e14f82ec3649.jpg)