କରୋନା ମହାମାରୀ ସହ ଲଢ଼ିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତାକୁ ବଢ଼ାଇବାକୁ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତାକୁ ବଢ଼ାଇବା ପାଇଁ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ବିବୃତିରେ କୁହାଯାଇଛି।

ବିବୃତିରେ କୁହାଯାଇଛି‌ ଯେ, ମହାମାରୀର ଦ୍ୱିତୀୟ ଲହର ସମୟରେ ଉନ୍ନତ ପରିଚାଳନା ପାଇଁ ଡାକ୍ତର, ନର୍ସ ଏବଂ ସହଯୋଗୀ ପ୍ରଫେସନାଲଙ୍କ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖି ସେମାନଙ୍କ ଅଧ୍ୟାପକଙ୍କ ତତ୍ତ୍ବାବଧାନରେ କୋଭିଡ ମ୍ୟାନେଜମେଣ୍ଟ ଡ୍ୟୁଟିରେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ନିୟୋଜିତ କରିବାକୁ ଅନୁମତି ଦିଆଯାଇଛି। ଅନ୍ତିମ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ଟେଲି-ପରାମର୍ଶ ଏବଂ ମୃଦୁ କୋଭିଡ୍ ମାମଲାଗୁଡ଼ିକର ମନିଟରିଂ ପରି ସେବାଗୁଡିକ ଯୋଗାଇଦେବେ। ଏହା ସହିତ, ବି.ଏସସି/ଜିଏନଏମ ଯୋଗ୍ୟ ନର୍ସମାନେ ବରିଷ୍ଠ ଡାକ୍ତର ଏବଂ ନର୍ସମାନଙ୍କ ତତ୍ତ୍ୱାବଧାନରେ କୋଭିଡ୍-୧୯ ନର୍ସିଂ ଡ୍ୟୁଟିରେ ନିୟୋଜିତ ହେବେ। ଏହି ନିଷ୍ପତ୍ତି କୋଭିଡ୍ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କ କାର୍ଯ୍ୟଭାର ହ୍ରାସ କରିବ।

PM Narendra Modi to interact with CMs on current Covid-19 situation today |  Hindustan Times
Hindustan Times

ସମସ୍ତ ଡାକ୍ତରୀ ଛାତ୍ର ତଥା ବୃତ୍ତିଗତ ବ୍ୟକ୍ତି ଯେଉଁମାନେ ଏହିପରି କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କ ଟିକାକରଣ କରାଯିବ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ। ଯେଉଁମାନେ ସର୍ବନିମ୍ନ ୧୦୦ଦିନ କୋଭିଡ ସମ୍ବନ୍ଧୀୟ ଡ୍ୟୁଟି କରି‌ବେ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶିଷ୍ଟ କୋଭିଡ ନ୍ୟାସନାଲ ସର୍ଭିସ ସାମ୍ମାନ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର