ଦେଶରେ କରୋନା ସ୍ଥିତିର ସମୀକ୍ଷା କଲେ ମୋଦୀ, ଟିକାକରଣକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ବିଭିନ୍ନ ରାଜ୍ୟରେ ସଂକ୍ରମଣର ସ୍ଥିତି, ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ତଥ୍ୟ ପ୍ରଦାନ କରାଯ଼ାଇଥିଲା । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଥିଲେ ।

ଏହି ଅବସରରେ ମୋଦୀ ଦେଶରେ ଔଷଧ ଉପଲବ୍ଧତା ଓ ଅକ୍ସିଜେନ ଯ଼ୋଗାଣକୁ ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେ ମଧ୍ୟ ବିଭିନ୍ନ ରାଜ୍ୟରେ ଚାଲିଥିବା ଟିକାକରଣ କାର୍ୟ଼୍ୟକ୍ରମକୁ ତ୍ବରାନ୍ବିତ କରିବାଉପରେ ଗୁରୁତ୍ବ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯ଼ାଇଥିଲା ଯ଼େ ଦେଶର ୧୨ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି କେତେକ କେଉଁ କେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଅଛନ୍ତି ସେ ସମ୍ପର୍କରେ ମନ୍ତ୍ରାଳୟ ପକ୍ଷରୁ ମୋଦୀଙ୍କୁ ସୂଚନା ଦିଆଯ଼ାଇଥିଲା । ଯ଼େଉଁ ଯ଼େଉଁ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ୬୦ ପ୍ରତିଶତରୁ ଅଧିକ ଶଯ଼୍ୟା ପୂରଣ ହୋଇଯ଼ାଇଛି, ସେପରି ଜିଲ୍ଲାଗୁଡ଼ିକର ଚିହ୍ନଟ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯ଼ାଇଥିବା ମୋଦୀଙ୍କୁ ଅବଗତ କରାଯ଼ାଇଛି ।

 

ସମ୍ବନ୍ଧିତ ଖବର