ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ପ୍ରଗତି କାର୍ଯ୍ୟକ୍ରମ’ର ୨୯ ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ୯ଟି ରାଜ୍ୟର ୮ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର , ହରିୟାଣା, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଓ ପଶ୍ଚିମବଙ୍ଗର ରେଲ୍ୱେ, ସହରାଞ୍ଚଳ ବିକାଶ, ରାସ୍ତା ଶକ୍ତି ଓ କୋଇଲା ସେକ୍ଟର ସମ୍ପର୍କିତ ୮ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ପ୍ରଗତି ସମୀକ୍ଷା କରାଯାଇଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ େମାଦୀ ଖଣିଭିତ୍ତିକ ରାଜ୍ୟ ମାନଙ୍କରେ ପ୍ରଧାନମନ୍ତ୍ରୀ ଖଣିଜକ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟ ପ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ ମାନଙ୍କର କାର୍ଯ୍ୟ ସମ୍ପର୍କରେ ସେ ବିଶେଷ ଗୁରୁତ୍ବ ପ୍ରଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ‘ପ୍ରଗତି କାର୍ଯ୍ୟକ୍ରମ’ ଅନ୍ତର୍ଗତ ୧୧ କୋଟି ୭୫ ଲକ୍ଷ ଟଙ୍କା ପୁଂଜିନିବେଶ ସମ୍ପର୍କିତ ଏକାଧିକ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ସାରିଛନ୍ତି।
ପ୍ରଗତି କାର୍ଯ୍ୟକ୍ରମ: ଓଡ଼ିଶା ସମେତ ୯ ରାଜ୍ୟର ପ୍ରକଳ୍ପ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2018/09/modi-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)