ଅର୍ଥନୀତିରେ ସୁଧାର ପାଇଁ ଚାଲିଛି ମନ୍ଥନ, ବୈଠକରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଲା ଶୀତାରମଣ ଓ ବରିଷ୍ଠ ଅଧିକାରୀଙ୍କ ସହ ଅର୍ଥ ବ୍ୟବସ୍ଥା ଓ ଏହାକୁ ସୁଧାରିବା ପାଇଁ ସମୀକ୍ଷା କରିଛନ୍ତି । ସୂଚନା ଅନୁସାରେ ପ୍ରୋତ୍ସାହନ ପ୍ୟାକେଜକୁ ଶେଷ ରୂପ ଦିଆଯାଇଛି । ଏଥିରେ ନୂଆ ନୀତି ସହ ଟ୍ୟାକ୍ସ କାଟିବା ପାଇଁ ଯୋଜନା ରହିଛି । ଏହାର ଘୋଷଣା ପାଖାପାଖି ଦୁଇ ସପ୍ତାହ ମଧ୍ୟରେ କରାଯିବ ।

ଦେଶର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି । ଏହା ଦେଶର ବିକାଶରେ ବାଧା ସୃଷ୍ଟି କରୁଛି, ଏଥିରେ ଜିଏସଟି, ପ୍ରାକୃତିକ ବିପର୍ଯ୍ୟୟ, ବେକାରି ସଂଖ୍ୟା ବଢିବା ଆଦି ମୁଖ୍ୟ କାରଣ ଅଟେ । ପ୍ରଥମରୁ ଜଣା ପଡୁଥିଲା ଯେ ଅର୍ଥ ବ୍ୟବସ୍ଥାର ମାନ୍ଦା ଅବସ୍ଥା ପାଇଁ ସରକାରଙ୍କ ତରଫରୁ କିଛି ବଡ ପଦକ୍ଷପ ନିଆଯିବ । କାରଣ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରୁଛି । ଏଥିରେ ଟ୍ୟାକ୍ସ କାଟିବା ସହ ସବସିଡି ଓ ଅନେକ ପ୍ରୋତ୍ସାହନ ସହ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସୂଚନା ଅନୁସାରେ ଏହି ପ୍ୟାକେଜର ଲକ୍ଷ୍ୟ ବ୍ୟବସାୟୀଙ୍କୁ ରିହାତି ଦେବା ନୁହେଁ । ଏପରି ଉପାୟ ବାହାର କରିବେ ଯେପରି ବ୍ୟବସାୟୀ ତାଙ୍କ ବେପାରକୁ ଆଗକୁ ବଢାଇ ପାରିବେ ।

ସମ୍ବନ୍ଧିତ ଖବର