ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ପାକିସ୍ତାନ ଉପରେ ବର୍ଷିଲେ ମୋଦୀ । ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ପାକିସ୍ତାନର କଳଙ୍କିତ କାମ ପାଇଁ ଦେଲେ ଚେତାବନୀ । କହିଲେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଯାଇ ଭାରତ ୩ ଦିନରେ ପାକିସ୍ତାନକୁ ଧ୍ବଂସ କରିଦେଲା । ସେମାନେ ସୀମାରେ ହମଲା କରିଥିଲେ କିନ୍ତୁ ପାକିସ୍ତାନର ଛାତି ଉପରେ ହମଲା କଲା ଭାରତ । ଆକ୍ରମଣ ପରେ ଭୟଭୀତ ପାକିସ୍ତାନ ବିଶ୍ବର ଶରଣ ପଶିଲା । ଡରରେ ଯେବେ ପାକିସ୍ତାନ କହିଲା ଆତଙ୍କୀ ଗତିବିଧି କରିବନି ସେତେବେଳେ ଆମେ ଅସ୍ତ୍ରବିରତି ପାଇଁ ସହମତି ହେଲୁ । କିନ୍ତୁ ଆତଙ୍କବାଦ ବିରୋଧରେ ଏ ଅଭିଯାନ ଜାରି ରହିବ । ଭାରତ ନିଜ ଅନୁସାରେ ଜବାବ ଦେବ ।
ଭାରତର ୩ ସେନା ଲଗାତାର ଆଲର୍ଟ ରହିଛନ୍ତି । ଭାରତ ଉପରେ ଆତଙ୍କୀ ହମଲା ହେଲେ ଆମେ ଆମ ଶୈଳୀରେ ପ୍ରତିଶୋଧ ନେବୁ । ଅପରେସନ ସିନ୍ଦୂର ଜରିଆରେ ଦୁନିଆ ପାକିସ୍ତାନର ଘୃଣ୍ୟ ଦୃଶ୍ୟ ଦେଖିଲା । ପାକ୍ ସେନାବାହିନୀ ଆତଙ୍କୀଙ୍କ ଶେଷକୃତ୍ୟରେ ସାମିଲ ଥିଲେ । ଯୁଦ୍ଧର ମୈଦାନରେ ଆମେ ପାକିସ୍ତାନକୁ ଧୂଳି ଚଟାଇଛୁ । ପରମାଣୁ ଧମକ ଭାରତ ସହ୍ୟ କରିନି, ଜବାବ ଦେଇଛି । ଆତଙ୍ଗବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି । ପାକ ସେନା ଆତଙ୍କୀକୁ ଖାଇବା ପିଇବା ଦେଉଛନ୍ତି । ହେଲେ ସମୟ ଆସିବ ସେହି ଆତଙ୍କୀ ସେମାନଙ୍କୁ ଖାଇଯିବେ ।
ତେବେ ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଭାରତ ସହ ଏସବୁ ଚାଲିବନି । ପାକିସ୍ତାନକୁ ଖୋଲା ଚେତାବନୀ ଦେଇ ମୋଦୀ କହିଲେ, ଟେରର ଆଉ ଟକ୍ ଏକା ସାଙ୍ଗରେ ଚାଲିବନି । ଟେରର ଆଉ ଟ୍ରେଡ୍ ଏକା ସାଙ୍ଗରେ ହେବନି । ପାଣି ଆଉ ରକ୍ତ ବି ଏକା ସାଙ୍ଗରେ ବହିବନି । ପାକିସ୍ତାନ ସାଙ୍ଗରେ କଥା ମାନେ ଆତଙ୍କବାଦ ଉପରେ ହିଁ ହେବ । ପାକିସ୍ତାନ ସାଙ୍ଗରେ କଥା କେବଳି ପିଓକେ ଉପରେ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/12/Zk5LSWB4lLyed4abZrXR.jpg)