ଛୁଟି କଟାଇବା ପାଇଁ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟ ବ୍ୟବହାର କରିବା କଥା କ’ଣ ପାଇଁ କହିଥିଲେ ତାହା ସ୍ପଷ୍ଟ କଲେ ମୋଦୀ

ନୂଆଦିଲ୍ଲୀ : ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟରେ ଛୁଟି କଟାଉଥିଲେ ବୋଲି କହିଥିଲେ ମୋଦୀ । ତାଙ୍କର ଏଭଳି ବୟାନ ଆସିବା ପରେ କଂଗ୍ରେସ ତାଙ୍କୁ ପାଲଟା ଆକ୍ରମଣ କରି ବାୟୁସେନା ବିମାନକୁ ମୋଦୀ ଟ୍ୟାକ୍ସି କରି ସାରିଲେଣି ବୋଲି କହିଥିଲା । ତେବେ ଏତେ ସବୁ ବାଦ ବିବାଦ ମଧ୍ୟରେ ମୋଦୀ ନିଜର ବୟାନକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।

oneindia.com

ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ, କେବଳ ନିର୍ବାଚନ ସମୟରେ ହିଁ ମୁଁ ବିପକ୍ଷ ଦଳକୁ ନେଇ ବିବାଦୀୟ ବୟାନ ଦେଇଥାଏ । କିନ୍ତୁ ଅନ୍ୟ ସମୟରେ ମୁଁ କେବେ ହେଲେ ମୋ ପକ୍ଷରୁ ଏଭଳି କରେ ନାହିଁ । ଯେତେବେଳେ କୌଣସି ବିପକ୍ଷ ଦଳ ମୋତେ ବା ମୋ ଦଳକୁ କିଛି କହେ, ସେତେବେଳେ ମୁଁ ସେମାନଙ୍କୁ ଜବାବ ଦେଇଥାଏ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାଣି ଜାଣି ମୋର ଛବି ଖରାପ କରିବାକୁ ଚେଷ୍ଟା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେନା ହେଉଛି ମୋଦୀଙ୍କ ବ୍ୟକ୍ତଗତ ସମ୍ପତ୍ତି ବୋଲି କହିଥିଲେ । ଏ କଥା ସମସ୍ତେ ଭୁଲି ଯାଇଥିଲେ ମଧ୍ୟ ମୋ ମନରେ ରହିଥିଲା । ଯାହା ପାଇଁ ମୁଁ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟକୁ ଛୁଟି କଟାଇବା ପାଇଁ ବ୍ୟବହାର କରୁଥିବା କଥା ଉଠାଇଥିଲି ବୋଲି କହିଛନ୍ତି ମୋଦୀ ।

ସମ୍ବନ୍ଧିତ ଖବର