ଜୟପୁର: ରାଜସ୍ଥାନରୁ ଗର୍ଜିଲେ ମୋଦୀ । ପାକିସ୍ତାନକୁ ପୁଣି ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ପହଲଗାମ୍ ଆତଙ୍କୀ ହମଲାକୁ ୧ ମାସ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । କହିଲେ -
ଆତଙ୍କବାଦୀମାନେ ୨୨ ତାରିଖରେ ହମଲା କରିଥିଲେ ଆମେ ୨୨ର ପ୍ରତିଶୋଧ ୨୨ ମିନିଟିରେ ନେଲୁ । ପାକିସ୍ତାନରେ ପଶି ଆତଙ୍କୀଙ୍କ ୯ ଆଡ୍ଡାକୁ ଧ୍ବଂସ କରିଦେଲୁ । ସାରା ଦୁନିଆ ଦେଖିଲା ଯେବେ ସିନ୍ଦୂର ବାରୁଦ ପାଲଟେ କଣ ହୁଏ ପରିସ୍ଥିତି । ଶତ୍ରୁ ଦେଶମାନେ ବି ଦେଖିଲେ ଯେବେ କାହା ମଥାର ସିନ୍ଦୂର ପୋଛା ଯାଏ ତାର ପରିଣତି କେତେ ଭୟଙ୍କର ହୁଏ...
#WATCH | Rajasthan | Addressing a public rally in Deshnoke, Bikaner, PM Modi says, "... 22 tareekh ke hamle ke jawab mein, humne 22 minutes mein aatankiyon ke 9 sabse bade thikane tabaah kar diye... Duniya aur desh ke dushmanon ne dekh liya ki jab sindoor Barood ban jata hai to… pic.twitter.com/Q1FSqGQ7jt
— ANI (@ANI) May 22, 2025
ଆମ ପାଇଁ ଦେଶ ଓ ଦେଶବାସୀଙ୍କ ଠାରୁ ବଡ଼ କିଛି ନାହିଁ । ୨୨ ତାରିଖରେ ଆତଙ୍କବାଦୀମାନେ ଧର୍ମ ପଚାରି ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ସିନା ପହଲଗାମରେ ଫୁଟିଥିଲା ହେଲେ ୧୪୦ କୋଟି ଭାରତୀୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ପୂରା ଭାରତ ଏକାଠି ହୋଇଥିଲା ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ । ଆଉ ତାପରେ ଆମ ବୀର ସେନା ଶତ୍ରୁ ମାଟିରେ ତାଣ୍ଡବ ରଚିଦେଲେ । ୩ ସେନା ଏମିତି ଚକ୍ରବ୍ୟୁହ ରଚିଲେ, ପାକିସ୍ତାନ ଆଣ୍ଠେଇପଡିଲା ବୋଲି ମୋଦୀ କହିଛନ୍ତି ।
#WATCH | Rajasthan | Addressing a public rally in Deshnoke, Bikaner, PM Modi says, "... On April 22, terrorists removed the Sindoor from the foreheads of our sisters after asking about their religion. The bullets were fired in Pahalgam, but 140 crore Indians felt the pain. 'Har… pic.twitter.com/lmEgGcy8lV
— ANI (@ANI) May 22, 2025
ପାକିସ୍ତାନକୁ ନିଶାନା କରି ମୋଦୀ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ଆମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଏହା ଆକ୍ରୋଶ ନୁହେଁ, ସମଗ୍ର ଭାରତର ରୌଦ୍ର ରୂପ । ପରମାଣୁ ଆକ୍ରମଣ ଧମକକୁ ଭାରତ ଖାତିର କରେନି । ପୂରା ବିଶ୍ୱରେ ପାକିସ୍ତାନର ପୋଲ୍ ଖୋଲୁଛି । ଆଉ ଯଦି ଆଗକୁ କେବେ ଆକ୍ରମଣ ହୁଏ ତାହାଲେ ଧୂଳିସାତ କରିଦେବୁ । ପାକିସ୍ତାନକୁ ଭାରତର ହକ୍ ର ପାଣି ମିଳିବନି । ଭାରତୀୟଙ୍କ ରକ୍ତରେ ଖେଳିବା ପାକିସ୍ତାନୀଙ୍କୁ ମହଙ୍ଗା ପଡ଼ିବ ।