ଅଗ୍ରାଧିକାର ଭିତ୍ତିରେ ନୁହେଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପ୍ରଚାର ସମୟରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ବିଜେପି କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣା କରୋନା ଟିକା ପାଇବେ । ଏହା ପରେ ଏହାକୁ ନେଇ ପୁରା ଦେଶର ରାଜନୀତି ସରଗରମ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ବି ବିଜେପିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ମାଗଣା ଟିକା ଯୋଜନା ବିହାର ନିର୍ବାଚନରୁ ଯାଇ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପହଞ୍ଚିଥିଲା ।

PM Modi says all Indians will get coronavirus vaccine expert group to monitor distribution through 28000 points | प्रत्येक भारतीयाला करोनाची लस मिळणारच; पंतप्रधान मोदींचं आश्वासन | Loksatta
Loksatta

ଏବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଦେଶରେ କରୋନା ଟିକା ଉପଲବ୍ଧ ହେଲେ ଦେଶର ପ୍ରତିଟି ନାଗରିକକୁ ଏହା ପ୍ରଦାନ କରାଯିବ । ହେଲେ ସେ  ଏହା ଦେୟଯୁକ୍ତ ନା ମାଗଣା ମିଳିବ ତାହା ସ୍ପଷ୍ଟ କରି ନାହାନ୍ତି  । ତାଙ୍କ କହିବା ମୁତାବକ, ମୁଁ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ,ଯେତେବେଳେ ଏକ ଟିକା ଉପଲବ୍ଧ ହେବ, ସମସ୍ତଙ୍କୁ ଟିକା ଦିଆଯିବ | କେହି ପଛରେ ରହିବେ ନାହିଁ। ଅବଶ୍ୟ, ପ୍ରଥମେ ଆମେ ସବୁଠାରୁ ଅସୁରକ୍ଷିତ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇଥିଲୁ| କିନ୍ତୁ ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଟିକା ପରିଚାଳନା ଉପରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି। କୋଭିଡ୍ -୧୯ ଟିକା ସଂରକ୍ଷଣ ଏବଂ ବିତରଣ କରିବ ପାଇଁ ୨୮,୦୦୦ରୁ ଅଧିକ କୋଲ୍ଡ ଚେନ୍ ପଏଣ୍ଟଗୁଡିକ ତିଆରି କରାଯିବ, ଯାହାଦ୍ୱାରା ସମସ୍ତେ ଟିକା ପାଇପାରିବେ | ଟିକା ବଣ୍ଟନ ଏବଂ ପରିଚାଳନା ଠିକ ଭାବରେ ହେଉଛି ନ ନାହିଁ ସେ ନେଇ ରାଜ୍ୟ, ଜିଲ୍ଲା ତଥା ସ୍ଥାନୀୟ ସ୍ତରରେ ଉତ୍ସର୍ଗୀକୃତ ଦଳମାନେ ନିଶ୍ଚିତ କରିବେ |

ସମ୍ବନ୍ଧିତ ଖବର