ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ସ୍ବାଧୀନତା ଦିବସର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ | ଘୃଣା ଏବଂ ହିଂସା ହେତୁ ଆମ ଭଉଣୀ ଓ ଭାଇମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଏପରିକି ପ୍ରାଣ ହରାଇଥିଲେ। ସେହି ଲୋକଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି|

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୪, ୧୯୪୭ ରେ ଭାରତ ଏବଂ ପାକିସ୍ତାନ ବିଭାଜିତ ହୋଇଥିଲେ। ପାକିସ୍ତାନ ଏବେ ଅଗଷ୍ଟ ୧୪କୁ ଏହାର ସ୍ୱାଧୀନତା ଦିବସ ଭାବେ ପାଳନ କରୁଛି |

ସମ୍ବନ୍ଧିତ ଖବର