ଭାରତୀୟ ଡାକ୍ତରମାନେ ଅଜେୟ, ଅଦୃଶ୍ୟ କରୋନାଭାଇରସ୍ ବିରୋଧୀ ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବେ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ଡାକ୍ତର ଏବଂ ସ୍ବାସ୍ଥ୍ୟସେବା କର୍ମୀମାନେ ଅଜେୟ ଏବଂ ଅଦୃଶ୍ୟ କରୋନାଭାଇରସ୍ ବିରୋଧୀ ସଂଗ୍ରାମରେ ଆମ ଡାକ୍ତରୀ କର୍ମୀମାନେ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ କର୍ଣ୍ଣାଟକସ୍ଥିତ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ୍ ସାଇନ୍‌ସେସ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଯଦି ବୈଶ୍ବିକ ମହାମାରୀ ‌‌ପରିସ୍ଥିତି ହୋଇ ନ ଥାଆନ୍ତା ଆଜିର ଏହି ବିଶେଷ ଦିବସ ପାଳନ ପାଇଁ ମୁଁ ବେଙ୍ଗାଲୁରୁରେ ଆପଣମାନଙ୍କ ସହ ଯୋଗ ଦେବାକୁ ସୁଖ ପାଇ ଥାଆନ୍ତି।

ଭୂତାଣୁ ଅଦୃଶ୍ୟ ହୋଇ ହେଲେ ବି ଆମ ଡାକ୍ତରୀ କର୍ମୀମାନେ ଅପରାଜେୟ। ଅଦୃଶ୍ୟ ଏବଂ ଅପରାଜେୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନିଶ୍ଚୟ ଆମ ଡାକ୍ତରୀ କର୍ମୀମାନେ ଜିଣିବେ।

Image Courtesy of ANI

ସେ ଆହୁରି କହିଲେ କି, ଭାରତରେ କୋଭିଡ୍-୧୯ ବିରୋଧୀ ଯୁଦ୍ଧର ମୂଳରେ ରହିଛି ଡାକ୍ତରୀ ସମ୍ପ୍ରଦାୟ ଏବଂ ଆମ କରୋନାଭାଇରସ୍ ଯୋଦ୍ଧାଙ୍କ କଠିନ ଶ୍ରମ। ବାସ୍ତବ‌ିକ, ଡାକ୍ତର ଏବଂ ଡାକ୍ତରୀ କର୍ମୀମାନେ ହେଉଛନ୍ତି ସୈନିକର ବେଶପୋଷାକ ପିନ୍ଧି ନ ଥିବା ସୈନିକମାନଙ୍କ ପରି। ମୁଁ ସ୍ପଷ୍ଟ କରି କହୁଛି ଯେ ଏହି ଅଗ୍ରଣୀ କର୍ମୀଙ୍କ ବିରୋଧରେ ହିଂସା, ଅଶୋଭନୀୟ ଆଚରଣ ଏବଂ କ୍ରୁର ବ୍ୟବହାର ବରଦାସ୍ତ କରାଯିବ ନାହିଁ।

ଏ ଭଳି ସମୟରେ ବିଶ୍ବ ଆଶା ଓ କୃତଜ୍ଞତାରେ ଆମ ଡାକ୍ତର, ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକ ସମ୍ପ୍ରଦାୟଙ୍କୁ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର