ନୂଆଦିଲ୍ଲୀ:ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ । ସଂସଦର ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । କହିଲେ, ମୌସୁମୀ ଅଧିବେଶନ ରାଷ୍ଟ୍ର ପାଇଁ ଗୌରବପୂର୍ଣ୍ଣ ଅଧିବେଶନ । ଏ ଅଧିବେଶନ ବିଜୟ ଉତ୍ସବର ଅଧିବେଶନ । ପହଲଗାମ ହମଲା କଥା ମନେପକାଇଲେ ମୋଦୀ । କହିଲେ, ପହଲଗାମ୍ ନରସଂହାର ପୂରା ବିଶ୍ବ ଦେଖିଲା । ଅପରେସନ ସିନ୍ଦୂର ସଫଳ ହୋଇଥିଲା । ଆମେ ୨୨ ମିନିଟରେ ଆତଙ୍କୀ ଶିବିର ଧ୍ବଂସ କରିଥିଲୁ । ଅପରେସନ ସିନ୍ଦୂରରେ ସେନାର ଲକ୍ଷ୍ୟ ସଫଳ ହୋଇଛି । ସାରା ଦୁନିଆ ଏହି ପରିପ୍ରେକ୍ଷୀରେ ଭାରତର ସାମର୍ଥ୍ୟ ଦେଖିଲା । ବୋମା-ବନ୍ଧୁକ ଆଗରେ ସମ୍ବିଧାନର ବିଜୟ ହେଉଛି । ଦେଶରୁ ମାଓବାଦର ମୂଳତ୍ପାଟନ ହେଉଛି । ଏବେ ଦେଶର ଅନେକ ଅଞ୍ଚଳ ମାଓମୁକ୍ତ ।
#WATCH | PM Modi addresses the media at the beginning of the Monsoon Session of Parliament
— ANI (@ANI) July 21, 2025
"This Monsoon session of Parliament is like a victory celebration. India's flag being hoisted at the International Space Station is a moment of pride for every Indian. All MPs and the… pic.twitter.com/ZVeyNR5nYG
ତେବେ ଶୁଭାଂଶୁ ଶୁକ୍ଳାଙ୍କ କଥା କହି ମହାକାଶରେ ତ୍ରିରଙ୍ଗା ଉଡାଇବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦୀ । ଦେଶର ଭବିଷ୍ୟତ ଉଜ୍ବଳ ଦେଖା ଯାଉଛି । ୨୦୧୪ ପୂର୍ବରୁ ଆକାଶଛୁଆଁ ଥିଲା ମହଙ୍ଗା ଦର, ମାତ୍ର ମେଡ୍ ଇନ୍ ଇଣ୍ଡିଆ ପାଇଁ ବିଶ୍ବରେ ଆକର୍ଷଣ ବଢୁଛି ।
#WATCH | Delhi: Prime Minister Narendra Modi says, "Monsoon is a symbol of innovation and new creation. As per the news received so far, the season is progressing very well in the country. There are reports of beneficial season for agriculture. And rain is very important for the… pic.twitter.com/viXcxLhoJa
— ANI (@ANI) July 21, 2025
ତେବେ ଏହି ଅବସରରେ ମୌସୁମୀର ମାନେ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି- ମୌସୁମୀ ନୂତନତା ଏବଂ ନବସୃଜନର ପ୍ରତୀକ ଅଟେ । ଏପର୍ଯ୍ଯନ୍ତ ମିଳିଥିବା ଖବର ଅନୁସାରେ ଦେଶରେ ମୋସୁମୀ ସଠିକ ଭାବେ ଆଗକୁ ବଢୁଛି । ଏହି ମୌସୁମୀ କୃଷି ପାଇଁ ବେଶ ଅନୁକୂଳ । କୃଷକର ଅର୍ଥବ୍ୟବସ୍ଥା, ଦେଶର ଅର୍ଥବ୍ୟବସ୍ଥା, ଗ୍ରାମୀଣ ଜୀବନର ଅର୍ଥବ୍ୟବସ୍ଥା ଏବଂ ସବୁ ପରିବାରର ଅର୍ଥବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ଅଟେ ।