ନୂଆ ଶିକ୍ଷାନୀତି ନିଯୁକ୍ତି ଆଶାୟୀ ନୁହେଁ ନିଯୁକ୍ତି ପ୍ରଦାନକାରୀ ସୃଷ୍ଟି କରିବ : ମୋଦୀ

ନୂଆଦିଲ୍ଲୀ : ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଚାକିରି ଆଶାୟୀରୁ ଚାକିରି ପ୍ରଦାନକାରୀରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସ୍ମାର୍ଟ ଇଣ୍ଡିଆ ହାକାଥନରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଏହି ଆଭିମୁଖ୍ୟକୁ ବଦଳାଇବା ଲାଗି ପ୍ରୟାସ କରାଯାଉଛି, ପୂର୍ବରୁ ଥିବା ଅଭାବକୁ ଦୂର କରାଯାଉଛି । ଭାରତର ଶିକ୍ଷା ବ୍ୟବସ୍ଥାରେ ଏବେ ଏକ ବ୍ୟବସ୍ଥିତ ସଂସ୍କାର, ଶିକ୍ଷାର ଉଦେ୍ଦଶ୍ୟ ଏବଂ ବିଷୟବସ୍ତୁ, ଉଭୟକୁ ପରିବର୍ତନ କରିବାର ପ୍ରୟାସ କରାଯାଇଛି ।

ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଇ ଜ୍ଞାନର ଶତାବ୍ଦୀ । ବର୍ତମାନ ସମୟରେ ଶିକ୍ଷଣ, ଗବେଷଣା, ନବୋନ୍ମେଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଭାରତର ଜାତୀୟ ଶିକ୍ଷା ନୀତି, ୨୦୨୦ରେ ଠିକ ଏହି ଦିଗ ପ୍ରତି ହିଁ ଧ୍ୟାନ ଦିଆଯାଇଛି । ଏହି ନୀତି ଆପଣଙ୍କ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଭିଜ୍ଞତାକୁ : ଫଳପ୍ରଦ, ବିସ୍ତୃତ କରିବ । ଏହା ଆପଣଙ୍କ ପ୍ରକୃତ ଆଗ୍ରହ ପାଇଁ ମାର୍ଗଦର୍ଶନ କରିବ ।

“ଆମେ ବହିବସ୍ତାନିର ବୋଝ ହ୍ରାସ କରିବାକୁ ଚାହୁଁଛୁ, ଯାହା ବିଦ୍ୟାଳୟ ଠାରୁ ବାହାରେ ତିଷ୍ଠି ପାରିନଥାଏ । ଏହା ବଦଳରେ ଆମେ ଜୀବନ ପାଇଁ ସହାୟକ ହେଉଥିବା ଶିକ୍ଷାର ବରଦାନ ସେବାକୁ ଚାହୁଁଛୁ । କେବଳ ସାଧାରଣ ଭାବେ ମନେ ରଖିବା ବଦଳରେ ମହତ୍ୱପୂର୍ଣ୍ଣ ଚିନ୍ତା ଧାରା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ବହୁ ବର୍ଷ ଧରି, ବ୍ୟବସ୍ଥାର ସୀମାବଦ୍ଧତା ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଆଉ ନୁହେଁ! ଜାତୀୟ ଶିକ୍ଷା ନୀତି ଯୁବ ଭାରତର ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହା ବ୍ୟବସ୍ଥା କୈନ୍ଦ୍ରିକ ନୁହେଁ, ଏହା ଜନକୈନ୍ଦ୍ରିକ ଓ ଭବିଷ୍ୟତ କୈନ୍ଦ୍ରିକ ” ସେ କହିଛନ୍ତି ।

ସମ୍ବନ୍ଧିତ ଖବର