ଜୟପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଜୟପୁରର ବାଙ୍କବିଜା ପଡିଆରେ ଜନତାଙ୍କୁ ଉଦବୋଧନ ଦେଇ ପ୍ରଥମେ ସମସ୍ତଙ୍କୁ ଓଡ଼ିଆରେ ଆପଣମାନେ କେମିତି ଅଛନ୍ତି ? ବୋଲି କହିଥିଲେ। ତାପରେ ଜୟ ଜଗନ୍ନାଥ ବୋଲି କହିଥିଲେ।ସେ ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରକୁ ପ୍ରଣାମ କରିଥିଲେ ମୋଦୀ।ସେ ଚଇତି ପର୍ବର ଶୁଭକାମନା ଜଣାଇଥିଲେ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ଦେବୀ ଏହି ସଭାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଥିଲେ ।

Advertisment

publive-image

ଏହି ସଭାରେ ସେ କହିଥିଲେ ଯେ ୨୦୧୪ରେ ଯେଉଁ କଥା ଦେଇଥିଲେ ତାକୁ ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଆସିଛନ୍ତି ବୋଲି କହିଲେ। ଯଦି ଗତ ପାଞ୍ଚ ବର୍ଷର କେନ୍ଦ୍ର ସରକାରଙ୍କ ସଫଳତାର ଶ୍ରେୟ ସେ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଦେଇଛନ୍ତି। ଦଳର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା , ବିଜୟ ମହାପାତ୍ର, ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉଦବୋଧନ ଦେଇଥିଲେ।