ସ୍ୱାଧୀନତା ଦିବସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡର ସମକକ୍ଷ ହେବେ ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ନିଜର ଷଷ୍ଠତମ ସ୍ୱାଧୀନତା ଦିବସ ଭାଷଣ ଦେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ହେବ । କାଲି ଦେବାକୁ ଥିବା ଭାଷଣରେ ସେ ଜମ୍ମୁ-କଶ୍ମୀରରେ ୩୭୦ଧାରା ଉଚ୍ଛେଦକୁ ନେଇ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ମୋଦୀଜୀ ଏହି ଦିନ ଗୁଡ଼ିକରେ ଉଦାହରଣ ସୃଷ୍ଟି କରିଥିବା ତାଙ୍କ ଅଭିଯାନ ଯେମିତି କି, ‘ସ୍ୱଚ୍ଛ ଭାରତ ଅଭିଯାନ’, ‘ଆୟୁଷ୍ମାନ ଭାରତ’ ଓ ତାଙ୍କ ସରକାର କିଭଳି ଦେଶକୁ ଉନ୍ନତି ପଥରେ ନେଉଛି, ସେ ବିଷୟରେ ନିଜ ଭାଷଣରେ କହି ଆସିଛନ୍ତି । ଯେହେତୁ ଦେଶ ସ୍ୱାଧୀନ ହେବା ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ମୋଦୀ ସରକାର ଇତିହାସ ସୃଷ୍ଟି କରିଛନ୍ତି, ଆସନ୍ତାକାଲି ସେ ନିଜ ଭାଷଣରେ ସେ ବିଷୟରେ ନିଶ୍ଚୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

Image result for pm-modi-set-to-equal-atal-bihari-vajpayee
NDTV.com

ସୂଚନା ମୁତାବକ, ବିଜେପିର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀ ନିଜ ପ୍ରଧାନମନ୍ତ୍ରିତ୍ବ  କାଳ ୧୯୯୮-୨୦୦୩ ମଧ୍ୟରେ ସର୍ବମୋଟ ୬ଟି ସ୍ୱାଧୀନତା ଦିବସରେ ଭାଷଣ ଦେଇଥିଲେ । ଏଭଳି କରିବାରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ବେଳେ ଆସନ୍ତାକାଲି ମୋଦୀଜୀ ନିଜର ଷଷ୍ଠତମ ସ୍ୱାଧୀନତା ଦିବସ ଭାଷଣ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡର ସମକକ୍ଷ ହେବେ ।

ସମ୍ବନ୍ଧିତ ଖବର