ତାଲାବନ୍ଦ ବେଳେ କ’ଣ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ? ଯୋଗର ଥ୍ରୀ-ଡି ଭିଡିଓ ସେୟାର କରି କହିଲେ, ମୋ ଭଳି ଆପଣ ବି କରନ୍ତୁ ଯୋଗ

ନୂଆଦିଲ୍ଲୀ:  ଦେଶରେ ବଢ଼ିଚାଲିଛି କରୋନା ସଂକଟ । ଏହାର ମୁକାବିଲା ପାଇଁ ଦେଶବ୍ୟାପି ଲାଗୁ ହୋଇଛି ଲକଡାଉନ୍ । ଆଉ ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟୁଇଟରରେ କିଛି ଥ୍ରୀଡି ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି । ପ୍ରଧାନମନ୍ତ୍ରୀ  ମୋଦୀ ଟୁଇଟ କରି ଲେଖିଛନ୍ତି, ଗତକାଲି ମନ୍ କି ବାତ ସମୟରେ କେହି ଜଣେ ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହା ପରେ ଏହି ଯୋଗ ଭିଡିଓ ସେୟାର କରିବାର ବିଚାର ତାଙ୍କ ମନକୁ ଆସିଥିଲା । ଏଥିସହ ସେ ଲେଖିଛନ୍ତି, ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନିୟମିତ ଏହିଭଳି ଯୋଗ କରିବେ।

ଦୀର୍ଘ ଦିନ ହେଲା ଯୋଗ କରିବା ପ୍ରଧାନମନ୍ତ୍ରୀ .ମୋଦୀଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି । ଯେଉଁଥିରେ ତାଙ୍କୁ ଲାଭ ବି ମିଳିଛି । ତେଣୁ ଆପଣମାନେ ଫିଟ ରହିବା ପାଇଁ ଏହି ସବୁ ଉପାୟ ଆପଣାଇଥିବେ ବୋଲି .ସେ ଆଶା ପ୍ରକଟ କରିଛନ୍ତି । ଅପଲୋଡ ହୋଇଥିବା ଭିଡିଓଗୁଡିକ ବିଭିନ୍ନ ଭାଷାରେ ରହିଛି । ଯେଉଁ ଭିଡିଓ ଅପଲୋଡ ହୋଇଛି ସେଗୁଡିକ ଆନିମେଟେଡ ଭିଡିଓ । ଏହି ଭିଡିଓରେ ମୋଦୀ ଥ୍ରୀଡି ଅବତାରରେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି ।

ସମ୍ବନ୍ଧିତ ଖବର