ଗାନ୍ଧୀନଗର: ସୋମବାର ଦିନ ବଡ଼ୋଦରାରେ ପହଞ୍ଚିଛନ୍ତି ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। ଏହି ଅବସରରେ ଗୁଜରାଟର ବଡ଼ୋଦରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ୍ ସୋ’ କରିଥିବାର ନଜର ଆସିଛନ୍ତି।
ବଡ଼ୋଦରା ପ୍ରଧାନମନ୍ତ୍ରୀଙ୍କ ସହ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ମଧ୍ୟ ରୋଡ ସୋ’ କରୁଛନ୍ତି । ଦୁଇ ରାଷ୍ଟ୍ରନେତାଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ବଡ଼ୋଦରା ସହର। ରାସ୍ତାର ଦୁଇପଟେ ଦୁଇ ରାଷ୍ଟ୍ରନେତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି । ମୋଦୀଙ୍କ ଗସ୍ତକୁ ଆଖିରେ ରଖି ବଦୋଦରାରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି।
ଗସ୍ତ ଅବସରରେ ଦେଶର ପ୍ରଥମ ମିଲିଟାରି ଏୟାରକ୍ରାଫ୍ଟ କାରଖାନା, ଟାଟା ଏୟାରକ୍ରାଫ୍ଟ କଂପ୍ଲେକ୍ସର ଉଦଘାଟନ କରିବେ ମୋଦୀ । ଏଥିରେ ସ୍ପେନ ଓ ଭାରତ ମିଳିତ ଭାବେ ମିଲିଟାରି ଏୟାରକ୍ରାଫ୍ଟ ସି- ୨୯୫ର ନିର୍ମାଣ କରିବେ । ଗସ୍ତ ଅବସରରେ ମୋଦୀ ଅମରେଲି ଜିଲ୍ଲାରେ ୪ହଜାର ୮ଶହ କୋଟିର ପ୍ରକଳ୍ପ ଗୁଜୁରାଟକୁ ଦୀପାବଳି ଭେଟି ଦେବେ । ୧୬ ଶହ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/28/hmr577tZ9NHIDIQf3dXb.jpg)