ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜଙ୍କ ସହ କଥା ହୋଇଛନ୍ତି। ଆମେରିକା ସହ ଉତ୍ତେଜନା ମଧ୍ୟରେ ମୋଦୀ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଜାନୁଆରି ୩ ତାରିଖରେ ଆମେରିକୀୟ ସାମରିକ ଅପରେସନ୍ରେ ଭେନେଜୁଏଲାର ସ୍ବେଚ୍ଛାଚାରୀ ନିକୋଲାସ ମାଦୁରୋଙ୍କୁ ଗିରଫ କରାଯିବା ପରେ ମୋଦୀ ପ୍ରଥମ ଥର ପାଇଁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ସହ କଥା ହେଉଛନ୍ତି।
ଏନେଇ ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜଙ୍କ ସହ କଥା ହେଲି। ଭାରତ-ଭେନେଜୁଏଲା ସମ୍ପର୍କକୁ ଆଗାମୀ ବର୍ଷଗୁଡ଼ିକରେ ଏକ ନୂଆ ଉଚ୍ଚତାକୁ ନେବା ପାଇଁ ଆମେ ସମସ୍ତ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜି ଅଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ଅଶୋଧିତ ତୈଳ ଭଣ୍ଡାର ଉପରେ ନଜର ରଖିଥିବାବେଳେ ଏବଂ ଭାରତ ସମେତ ଅନେକ ରାଷ୍ଟ୍ର ଉପରେ ଶୁଳ୍କ ପ୍ରହାର କରିଥିବାବେଳେ ମୋଦୀ-ରୋଡ୍ରିଗେଜଙ୍କ କଥାବାର୍ତ୍ତାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/30/new-project-12-2026-01-30-22-28-29.jpg)