ଆସନ୍ତା ୫ ବର୍ଷ ମଧ୍ୟରେ ଦେଶ ତୈଳ ଓ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ୭.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ : ପ୍ରଧାନମନ୍ତ୍ରୀ

ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଠାରେ ରାମନାଥପୁରମ-ଥୁଟୁକୁଡ଼ି ପ୍ରାକୃତିକ ବାଷ୍ପ ପାଇପଲାଇନ ଏବଂ ଗ୍ୟାସୋଲିନ ଡିସଲ୍ଫରାଇଜେସନ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେ ମଧ୍ୟ ନାଗପଟ୍ଟିନମଠାରେ କାବେରୀ ବେସିନ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ। ତାମିଲନାଡ଼ୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ ୨୦୧୯-୨୦ରେ ଦେଶର ଇନ୍ଧନ ଚାହିଦା ମେଣ୍ଟାଇବା ଲାଗି ଭାରତ ୮୫ପ୍ରତିଶତ ତେଲ ଏବଂ ୫୩ପ୍ରତିଶତ ଗ୍ୟାସ ଆମଦାନୀ କରିଥିଲା। ଆମ ଭଳି ଏତେ ବିବିଧ ଓ ପ୍ରତିଭାଶାଳୀ ରାଷ୍ଟ୍ର ଇନ୍ଧନ ଆମଦାନୀ ଉପରେ ଏତେମାତ୍ରାରେ ନିର୍ଭରଶୀଳ ରହିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଆମେ ପୂର୍ବରୁ ଏଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛୁ, ଯାହାଫଳରେ ଆମର ମଧ୍ୟମ ବର୍ଗଙ୍କ ଉପରେ ବୋଝ ପଡ଼ିବ ନାହିଁ। ବର୍ତ୍ତମାନ, ଆମର ସାମଗ୍ରିକ ଦାୟିତ୍ୱ ହେଉଛି ଆମେ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନ ଉତ୍ସ ହାସଲ ଦିଗରେ କାର୍ଯ୍ୟ କରିବା ତଥା ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଭାରତ ବର୍ଦ୍ଧିତ ଇନ୍ଧନ ଚାହିଦାକୁ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଆମର ଇନ୍ଧନ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଓ ଆମଦାନୀ ଉତ୍ସଗୁଡ଼ିକୁ ବିବିଧ କରିବା ଉପରେ ଜୋର ଦେଉଛି। ଏଥିପାଇଁ କ୍ଷମତା ନିର୍ମାଣ ମଧ୍ୟ କରାଯାଉଛି। ୨୦୧୯-୨୦ରେ ବିଶୋଧନ କ୍ଷମତାରେ ଭାରତ ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା। ପାଖାପାଖି ୬୫.୨ନିୟୁତ ଟନ୍ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରାଯାଇଥିଲା। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Image result for pm modi
NDTV.com

‘ଏକ ରାଷ୍ଟ୍ର ଏକ ଗ୍ରୀଡ’ ଲକ୍ଷ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆସନ୍ତା ୫ ବର୍ଷ ମଧ୍ୟରେ ଆମେ ତୈଳ ଓ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା କରିଛୁ। ୪୦୭ଟି ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ରାମନାଥପୁରମରୁ ଟୁଟିକୋରିନ ପର୍ଯ୍ୟନ୍ତ ଇଣ୍ଡିଆନ୍ ଅଏଲ୍ ର ୧୪୩କିମି ଲମ୍ବ ପ୍ରାକୃତିକ ବାଷ୍ପ ପାଇପଲାଇନ ଫଳରେ ଓଏନଜିସି ଗ୍ୟାସ ଫିଲ୍ଡରୁ ଗ୍ୟାସର ମୁଦ୍ରୀକରଣ କରାଯାଇପାରିବ। ୪୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଥିବା ବୃହତ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଏହା ଏକ ଅଂଶବିଶେଷ। ଏହାଦ୍ବାରା ଏନ୍ନୋର, ଥିରୁଭଲ୍ଲୁର, ବେଙ୍ଗାଲୁରୁ, ପୁଡୁଚେରୀ, ନାଗାପଟ୍ଟିନମ, ମଦୁରାଇ ଏବଂ ଟୁଟିକୋରିନ ଅଞ୍ଚଳକୁ ଲାଭ ମିଳିପାରିବ।

Image result for pm modi
The Indian Express

ସ୍ଥାନୀୟ ସହରଗୁଡ଼ିକୁ ଲାଭ ପ୍ରଦାନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗପଟ୍ଟିନମରେ ଥିବା ସିପିସିଏଲର ନୂତନ ବିଶୋଧନାଗାରରେ ୮୦ପ୍ରତିଶତ ସ୍ବଦେଶୀ ସରଞ୍ଜାମ ଏବଂ ସେବାର ଉପଯୋଗ କରାଯାଇଛି। ଏହି ବିଶୋଧନାଗାର ସ୍ଥାନୀୟ ଅଞ୍ଚଳରେ ପରିବହନ ସୁବିଧା, ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପ ଏବଂ ଆନୁସଙ୍ଗିକ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର ବିକାଶରେ ସହାୟକ ହେବ।
ଅକ୍ଷୟ ଶକ୍ତି ଉତ୍ସରୁ ଇନ୍ଧନ ଉପଯୋଗ କରିବା ଉପରେ ଭାରତ ଜୋର ଦେଉଛି। ୨୦୩୦ସୁଦ୍ଧା ୪୦ପ୍ରତିଶତ ଇନ୍ଧନ ସବୁଜ ଇନ୍ଧନ ଉତ୍ସରୁ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଉଦଘାଟିତ ହୋଇଥିବା ମନାଲିସ୍ଥିତ ଏହାର ବିଶୋଧନାଗାରରେ ଥିବା ସିପିସିଏଲର ନୂଆ ଗ୍ୟାସୋଲିନ ଡିସଲଫରାଇଜେସନ ୟୁନିଟ ସବୁଜ ଭବିଷ୍ୟତ ଦିଗରେ ଆଉ ଏକ ପଦକ୍ଷେପ।

ବିଗତ ୬ ବର୍ଷ ମଧରେ ୫୦,୦୦୦ କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ଗ୍ୟାସ ପ୍ରକଳ୍ପକୁ ତାମିଲନାଡ଼ୁରେ କାର୍ଯ୍ୟକାରୀ କରିବା ଲାଗି ମଞ୍ଜୁରି ଦିଆଯାଇଛି। ଏହି ଅବଧି ମଧ୍ୟରେ ୨୦୧୪ପୂର୍ବରୁ ମଞ୍ଜୁର ହୋଇଥିବା ୯୧୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏତଦ୍ ବ୍ୟତୀତ, ୪୩୦୦କୋଟି ଟଙ୍କାର ପ୍ରକଳ୍ପ ପାଇପଲାଇନରେ ରହିଛି। ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିମନ୍ତେ ଆମର ନିରନ୍ତର ନୀତି ଏବଂ ଯୋଜନାର ପ୍ରୟାସ ସ୍ବରୂପ ତାମିଲନାଡ଼ୁରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ସମ୍ବନ୍ଧିତ ଖବର