ଲୋକସଭା ନିର୍ବାଚନକୁ ନେଇ କେଜ୍ରିଓ୍ଵାଲକୁ ଛାଡ଼ି ମୋଦି ସମସ୍ତଙ୍କୁ କରିଥିଲେ ଟ୍ୟାଗ, ଏମିତି ମଜା ଉଡାଇବାକୁ ଲାଗିଲେ ଟୁଇଟର ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ- ୨୦୧୯ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ୭ଟି ପର୍ଯ୍ୟାୟରେ ମତଦାନ ହେବ, ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍‌ ୧୧ରେ ଅଛି ଓ ଫଳାଫଳ ମଇ ୨୩ରେ ଘୋଷଣା ହେବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମତଦାତାଙ୍କୁ ଭେଟ ଦେବା ପାଇଁ ନିବେଦନ କରିଛନ୍ତି। ମୋଦି ଏଥିସହିତ ବିରୋଧୀ ଦଳର ସମସ୍ତ ନେତାଙ୍କ ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଖେଳାଳୀ, କଳାକାର, ବ୍ୟବସାୟ ଜଗତର ନାମୀଦାମୀ ବ୍ୟକ୍ତିଙ୍କୁ ସାଧାରଣଲୋକମାନଙ୍କୁୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ନିବେଦନ କରି ଟୁଇଟରରେ ଟ୍ୟାଗ କରିଥିଲେ। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲକୁ ମୋଦି ଟୁଇଟ କରି ନଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଯାଇଛି।

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ରୋଲ କରି ଜଣେ ବ୍ୟକ୍ତି କେଜ୍ରିଓ୍ଵାଲ ଛାତିରେ ହାତ ଦେଇଥିବା ଫଟୋକୁ ସେୟାର କରି ଲେଖିଛନ୍ତି, ‘ମୋଦି ଜୀ…ଓ କିତନା ଇଗ୍‌ନୋର୍‌ କରୋଗେ? ଆଉ ଜଣେ ଲେଖିଛନ୍ତି ‘ନିଚେ ସେ ଚେକ୍‌ କର୍‌…ନିଚେ ସେ’।

ମୋଦି ଗତବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ, ମାୟବତୀ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସିକିମ୍‌ ମୁଖ୍ୟମନ୍ତ୍ରୀ ଚାମଲିଙ୍ଗ ଓ ରାମବିଳାସ ପାସଓ୍ଵାନ୍‌, ସରଦ ପଓ୍ଵାର, ଠାକରେ, ଏଚ.ବାଦଲ, ଷ୍ଟାଲିନ୍‌, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ୱାମୀ ଓ ଓ୍‌ାଇଏସ୍‌ଆର ଜଗମୋହନ ରେଡ୍ଡି ପ୍ରମୁଖଙ୍କୁ ମୋଦି ବୁଧବାର ଟୁଇଟରରେ ଟ୍ୟାଗ କରିଥିଲେ।

 

ସମ୍ବନ୍ଧିତ ଖବର