ନୂଆଦିଲ୍ଲୀ: ୱାକଫ୍ ଆଇନକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ । ସରକାରରେ କ୍ଷମତା ହାସଲ ପାଇଁ କଂଗ୍ରେସ ସମ୍ବିଧାନର ଅପମାନ କରିବାକୁ ପଛାଏ ନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ଛଡାଇଥାଏ, ବାବା ସାହେବ ଆମ୍ବେଦରକରଙ୍କ ଅପମାନ କରିଥାଏ କହି କଂଗ୍ରେସକୁ ଭର୍ତ୍ସନା କରିଛନ୍ତି ମୋଦୀ ।
ସେପଟେ ମୁର୍ଶିଦାବାଦ ହିଂସା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ମାଡିଲାଣି । ସମସେରଗଂଜ ଓ ୨୪ ପ୍ରଗଣା ଏବଂ ମାଲଦାରେ ଛୋଟ ବଡ ହିଂସା ଘଟଣା ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରୀୟ ଫୋର୍ସ ମୁତୟନ ଯୋଗୁଁ ସ୍ଥିତି ଆୟତରେ ଥିଲେ ବି ଭୟର ମାହୋଲ ଦେଖାଦେଇଛି । ହିଂସା ପାଇଁ ମମତା ସରକାରଙ୍କୁ ଦାୟୀ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବି କରିଛି ବିଜେପି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/14/IfuQ8gq8JqyzoAyiQDIj.jpg)