ବହୁ ଉଚ୍ଚରେ ଉଡ଼ୁଛି କଂଗ୍ରେସ, ତେଣୁ ଭୂମିରୁ କଂଗ୍ରେସର ମୂଳୋତ୍ପାଟନ ହୋଇଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ବକ୍ତବ୍ୟ ରଖି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା  କରିଛନ୍ତି । ମୋଦୀ କହିଛନ୍ତି, ବହୁ ଉଚ୍ଚରେ ଉଡ଼ୁଛି କଂଗ୍ରେସ । ଏତେ ଦୂରତା ଯୋଗୁଁ କଂଗ୍ରେସକୁ ଭୂମି ଦୃଶ୍ୟମାନ ହେଉନାହିଁ । ଆଉ ଏଥିପାଇଁ ଭୂମିରୁ କଂଗ୍ରେସର ମୂଳୋତ୍ପାଟନ ହୋଇଯାଇଛି । ବିଜେପିର କଂଗ୍ରେସ ସହ କୌଣସି ମୁକାବିଲା ନାହିଁ । ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ଅବଗତ ନୁହେଁ କଂଗ୍ରେସ  । ଆମର ଶୁଭେଚ୍ଛା ଓ ଶୁଭକାମନା ନେଇ ଉପରକୁ ଯାଉ କଂଗ୍ରେସ । ହେଲେ ଏତେ ଉପରେ ଉଡ଼ିବା ମଧ୍ୟ ଶୁଭଙ୍କରର ସଙ୍କେତ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଭୂମି ସହ ଯୋଡ଼ି ହୋଇ ରହିବା ପାଇଁ ଚାହୁଁ ।

News18.com

କଂଗ୍ରେସ ମହିଳା ଶସକ୍ତିକରରଣ ଅନେକ ସୁଯୋଗ ହରାଇଛି । ବର୍ତ୍ତମାନ ବିଜେପି ସରକାର ତିନି ତଲାକ୍ ବିଲ ଉପସ୍ଥାପନ କରିବାକୁ ଯାଉଛି । ୩୫ ବର୍ଷ ପରେ କଂଗ୍ରେସ ପାଇଁ ସୁଯୋଗ ଆସିଛି, ତିନି ତଲାକ ବିଲରେ ରାଜନୀତି ରଙ୍ଗ ଢ଼ାଳିବା ଠିକ୍ ନୁହଁ । ଏହାସହ ମୋଦୀ କହିଛନ୍ତି, ଦେଶରେ ଗଠନମୂଳକ ପରିବର୍ତ୍ତନ ପାଇଁ ସମୟ ଆବଶ୍ୟକ । ୭୦ ବର୍ଷର ରୋଗକୁ ମାତ୍ର ୫ବର୍ଷରେ ଦୂର କରିବା କାଠି କର ପାଠ । କିନ୍ତୁ ବିଜେପି ସରକାର କଷ୍ଟକର ରାସ୍ତାକୁ ଆପଣାଇ ସେ ଦିଗରେ ଅଗ୍ରସର ହେଉଛି । ଲକ୍ଷ୍ୟରୁ ପଛକୁ ନ ହଟି ଆଗକୁ ଆଗେଇବା ପାଇଁ ବିଜେପି ସରକାର ବଦ୍ଧପରିକର । ବିଜେପି ସରକାର ଗରିବ କଲ୍ୟାଣ ସହ ଆଧୁନିକ ଭାରତକୁ ଆଗେଇ ନେବାପାଇଁ ଚେଷ୍ଟା ଜାରି ରଖିଛି ।

ସମ୍ବନ୍ଧିତ ଖବର