ପରିବାରବାଦ ବିରୋଧରେ ଜନ ଆକ୍ରୋଶ ବଢିଛି, ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର : ମୋଦୀ

ନୂଆଦିଲ୍ଲୀ : ଗୁଜରାଟର ଲୋକମାନେ ବିଜେପି ଉପରେ ଭରସା କରିଛନ୍ତି, କାରଣ ବିଜେପି ଦେଶର ହିତ ପାଇଁ କଠୋର ନିଷ୍ପତ୍ତି ନେବାର ସାହସ ରଖେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ମୋଦୀ କହିଛନ୍ତି, ଦେଶରେ ପରିବାରବାଦ ବିରୋଧରେ ଜନ ଆକ୍ରୋଶ ବଢିଛି । ଏହା ଗଣତନ୍ତ୍ର ପାଇଁ ଏକ ଶୁଭ ସଂକେତ ।

ଗୁଜରାଟରେ ବିଜେପିର ବିପୁଳ ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ମୁଁ ଗୁଜରାଟର ଜନତାଙ୍କୁ କହିଥିଲି ଯେ ଏଥର ଭୂପେନ୍ଦ୍ରଙ୍କ ପାଇଁ ନରେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିବା ଜରୁରି । ଏହାର ଜବାବରେ ଗୁଜରାଟର ଜନତା ରେକର୍ଡ ଉପରେ ଆଉ ଏକ ରେକର୍ଡ ବନାଇଦେଇଛନ୍ତି । ଏଥିପାଇଁ ଗୁଜରାଟ ଜନତାଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେ ମଧ୍ୟ ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ରାମପୁର ଭୋଟରମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ମଧ୍ୟ ନିରପେକ୍ଷ ନିର୍ବାଚନ କରିଥିବାରୁ ନିର୍ବାଚନ କମିସନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବିଶେଷକରି ହିମାଚଳ ପ୍ରଦେଶର ଭୋଟରଙ୍କ ପ୍ରକି କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି ଯେ ହିମାଚଳ ନିର୍ବାଚନରେ ବିଜୟ ଓ ପରାଜୟ ମଧ୍ୟରେ ୧ ପ୍ରତିଶତ ଭୋଟର ଅନ୍ତର ରହିଛି । ଏହାର ଅର୍ଥ ହେଉଛି ସେଠାକାର ଲୋକମାନେ ବିଜେପିକୁ ଜିତାଇବାକୁ ବି ଭରପୁର ଉଦ୍ୟମ କରିଛନ୍ତି । କେନ୍ଦ୍ର ସରକାର ହିମାଚଳ ପ୍ରଦେଶର ବିକାଶ ପାଇଁ ପ୍ରତିଜ୍ଞାବଦ୍ଧ ରହିବ ।

 

 

ସମ୍ବନ୍ଧିତ ଖବର